ବିଳମ୍ବରେ ଖାଉଥିଲେ ହେଇଯାନ୍ତୁ ସାବଧାନ

ସମସ୍ତଙ୍କ ଖାଦ୍ୟରେ ଏବେ ବହୁ ପରିମାଣରେ ପରିବର୍ତ୍ତନ ଦେଥିବାକୁ ମିଳୁଛି । ପୂର୍ବ ଅପେକ୍ଷା ବିଳମ୍ବ ରାତିରେ ଖାଇବା ଖାଉଛନ୍ତି । ଏହା ଆକଶ୍ମିକ ଅଭ୍ୟସ ହୋଇ ରହିନାହିଁ ବରଂ ଦୈନନ୍ଦିନ ଜୀବନ ଶୈଳୀରେ ଏକ ନିୟମିତ ଅଂଶ ପାଲଟି ଯାଇଛି । ଫୁଡ୍ ଡେଲିଭରୀ ଆପ୍ ଗୁଡ଼ିକର ରିପୋର୍ଟ ଅନୁଯାୟୀ, ଗତ ବର୍ଷକ ମଧ୍ୟରେ ରାତି ବିଳମ୍ବରେ ହେଉଥିବା ଅର୍ଡର ସାଧାରଣ ରାତ୍ରିଭୋଜନ (ଡିନର) ଅର୍ଡର ତୁଳନାରେ ପ୍ରାୟ ତିନି ଗୁଣା ଦ୍ରୁତ ଗତିରେ ବୃଦ୍ଧି ପାଇଛି । ରାତିରେ ଅତ୍ୟଧିକ ବିଳମ୍ବରେ ଏବଂ ବହୁତ ଭାରୀ ଖାଦ୍ୟ ଖାଇବା କେତେକ ଲୋକଙ୍କ ପାଇଁ ଅସୁବିଧାର କାରଣ ହୋଇପାରେ। ବିଶେଷକରି ଖାଇସାରି ସଙ୍ଗେ ସଙ୍ଗେ ଶୋଇପଡ଼ିଲେ ଏହି ସମସ୍ୟାଗୁଡ଼ିକ ଅଧିକ ଅନୁଭବ ହୋଇପାରେ।ଆସନ୍ତୁ ଜାଣିବା ବିଳମ୍ବ ରାତିରେ ଖାଇବା ଦ୍ୱାରା କଣ ସବୁ ହୋଇଥାଏ
ହଜମରେ ଅସୁବିଧା
ବିଳମ୍ବରେ ଭାରୀ ଖାଦ୍ୟ ଖାଇଲେ ପେଟ ଭାରୀ ଲାଗିପାରେ। କେତେକଙ୍କର ଅଜୀର୍ଣ୍ଣ କିମ୍ବା ପେଟରେ ଅସୁବିଧା ହୋଇପାରେ।
ଏସିଡିଟି କିମ୍ବା ଛାତିରେ ଜ୍ୱଳନ
ଖାଇସାରି ସଙ୍ଗେ ସଙ୍ଗେ ଶୋଇଲେ କେତେକ ଲୋକଙ୍କୁ ଏସିଡିଟି, ଖଟା ଡକର କିମ୍ବା ଛାତିରେ ଜ୍ୱଳନ ଅନୁଭବ ହୋଇପାରେ।
ଭଲ ଭାବରେ ନିଦ ନ ହେବା
ପେଟ ଅତ୍ୟଧିକ ଭରିଥିଲେ ଶୋଇବା ସମୟରେ ଅସୁବିଧା ଲାଗିପାରେ। ଏହା ନିଦରେ ବାଧା ସୃଷ୍ଟି କରିପାରେ।
ପେଟ ଫୁଲିବା
ରାତିରେ ଅଧିକ ତେଲ-ମସଲା କିମ୍ବା ଭାରୀ ଖାଦ୍ୟ ଖାଇଲେ କେତେକ ଲୋକଙ୍କର ପେଟ ଫୁଲିବା କିମ୍ବା ଗ୍ୟାସ୍ ହୋଇପାରେ। ଅଧିକ ଖାଇବାର ଅଭ୍ୟାସ ହୋଇପାରେ