ପୂର୍ବତନ କ୍ରିକେଟ ଖେଳାଳୀ ବିରେନ୍ଦ୍ର ସେହେୱାଗ ନିଜର ନୂଆ ଇନିଂସ ଆରମ୍ଭ କରିବାକୁ ଯାଉଛନ୍ତି । ସେ କ୍ରିକେଟରେ ନୁହେଁ ଓଟିଟି ଓ ରିଆଲିଟି ଶୋରେ ନିଜର ନୂଆ ପାଳି ଆରମ୍ଭ କରିବାକୁ ଯାଉଛନ୍ତି । ଆମାଜନ ପ୍ରାଇମ ଭିଡିଓ ଏବଂ ଗଢ ପ୍ଲେଆରର ଚର୍ଚ୍ଚିତ ରିଆଲିଟି ଶୋ ‘ରାଇଜ୍ ଏଣ୍ଡ ଫଲ ସିଜିନ ୨’ସେ ହୋଷ୍ଟ ଭାବ ନଜର ଆସିବେ । ଗତ ସିଜନରେ ଅଶ୍ନୀର ଗ୍ରୋଭର ଏହି ଶୋ’ର ହୋଷ୍ଟ ଥିଲେ ।ଏବେ ଏହି ଶୋ’ର ହୋଷ୍ଟ ହେବେ ବୀରେନ୍ଦ୍ର ସେହେୱାଗ ଏହା ତାଙ୍କର ପ୍ରଥମ ରିୟାଲିଟି ଶୋ’ । ନିଜର ହାସ୍ୟତ୍ମକ ଅନ୍ଦାଜ ପାଇଁ ଜଣାଶୁଣା ସେୱାଗ ଏହି ଶୋକୁ ନୂଆ ରୂପ ଦେବେ ।
ସେହେୱାଗ କହିଛନ୍ତି,କ୍ରିକେଟ ମତେ ଗୋଟାଏ କଥା ଶିଖାଇଛି, ଶେଷ ବଲ୍ ପର୍ଯ୍ୟନ୍ତ କୌଣସି ବି ମ୍ୟାଚ ଅନିଶ୍ଚତତା ଥାଏ । ରାଇଜି ଆଣ୍ଡ ଫଲରେ ମଧ୍ୟ ସେହିଭଳି ଅନିଶ୍ଚତତା ରହିଛି । ଏଠାରେ ଜିତିବା ଏବଂ ଶୀର୍ଷରେ ପହଞ୍ଚିବା ସହଜ ନୁହେଁ । ତେତେବେଳେ ରକ୍ଷାତ୍ମକ ଏବଂ କେତେବେଳେ ଆକ୍ରମଣ କରିବାକୁ ହେବ ଏହି ରଶନୀତି ହିଁ ପ୍ରତିଯୋଗିତାଙ୍କୁ ଆଗକୁ ନେବ ।