ଯାଜପୁର ଭଦ୍ରକ ବାଲେଶ୍ଵର ମୟୂରଭଞ୍ଜ ଜିଲ୍ଲାରେ ବନ୍ୟା ସ୍ଥିତି ସ୍ରୁଷ୍ଟି ହୋଇଛି। ଓଡ୍ରାଫ୍ NDRF ଟିମ ମୁତୟନ ଅଛନ୍ତି । ବୈତରଣୀରେ ବନ୍ୟା ଜଳ ବଢ଼ିଛି । ସିନିୟର ଅଫିସର ନିୟୋଜିତ ଅଛନ୍ତି। ବୁଢାବଳଙ୍ଗରେ ବନ୍ୟା ସ୍ଥିତି ସୃଷ୍ଟି ହୋଇଛି । ଆବଶ୍ୟକ ପଡିଲେ ଲୋକଙ୍କୁ ଉଦ୍ଧାର କରାଯିବ । ଝାଡ଼ଖଣ୍ଡରେ ବର୍ଷା ହୋଇଛି। ସୁବର୍ଣ୍ଣରେଖାରେ ବନ୍ୟା ସ୍ରୁଷ୍ଟି ହୋଇଛି । ରିଲିଫ ସେଣ୍ଟର ଖୋଲାଯାଇଛି। 3 ହଜାର ଲୋକଙ୍କୁ ଗତକାଲି evacuate କରାଯାଇଛି । ଯେଉଁଠି ପାଣି ପ୍ରବେଶ କରୁଛି ସେହିଠାରୁ evacuate କରାଯାଉଛି। 10 ଓଡ୍ରାଫ୍, 7 NDRF ଟିମ ନିୟୋଜିତ ଅଛନ୍ତି । ଆଗକୁ ନଦୀର ଜଳସ୍ତର ବଢିବ । ଜିଲ୍ଲାପାଳଙ୍କ ସହିତ ଯୋଗାଯୋଗ କରାଯାଇଛି । ତେବେ ଏହି ବନ୍ୟା ଦ୍ୱାରା ପ୍ରାୟ 45 ପଞ୍ଚାୟତ ପ୍ରଭାବିତ ହୋଇଥିବା ସୂଚନା ଦେଇଛନ୍ତି SRC ରାଜେଶ ପ୍ରଭାକର ପାଟିଲ।