ଲାଲବାଗଚା ରାଜାଙ୍କ ପ୍ରଥମ ଝଲକ

ମୁମ୍ବାଇରେ ଆରମ୍ଭ ହେଇଯାଇଛି ଗଣେଶ ଉତ୍ସବର ଜେରଦାର ପ୍ରସ୍ତୁତି ଆରମ୍ଭ ହୋଇଛି । ପ୍ରତିବର୍ଷ ଲାଲବାଗ ଦର୍ଶନ ପାଇଁ ପ୍ରତିବର୍ଷ ଦେଶ ବିଭିନ୍ନ ପ୍ରାନ୍ତରୁ ଲକ୍ଷ ଲକ୍ଷ ଲୋକ ଭକ୍ତ ଆସନ୍ତି । ଏହା ଭିତରେ ଲାଲବାଗ ରାଜାଙ୍କ ପ୍ରଥମ ଲୁକ ସାମ୍ନାକୁ ଆସିଛି । ଆସିବା ପରେ ଭକ୍ତଙ୍କ ମଧ୍ୟରେ ଉତ୍ସାହ ଆହୁରି ବଢିଯାଇଛି । ଭଗବାନ ଗଣେଶଙ୍କ ଏହି ଭାବ୍ୟ ମୂତ୍ତିଙ୍କ ଦେଖିବାକୁବାକୁ ମୁମ୍ବାଇ ସହ ଦେଶର ବିଭିନ୍ନ ସ୍ଥାନର ଭକ୍ତମାନେ ମଧ୍ୟ ଅପେକ୍ଷା କରିଛନ୍ତି । ମୁମ୍ବାଇର ଲାଲବାଗ ଅଞ୍ଚଳରେ ପ୍ରତିଷ୍ଠିତ ହେଉଥିବା ଲାଲବାଗଚା ରାଜା ଗଣେଶୋତ୍ସବର ଏକ ପ୍ରମୁଖ ଆକର୍ଷଣ । ପ୍ରତିବର୍ଷ ଏଠାରେ ବିପୁଳ ସଂଖ୍ୟାରେ ଭକ୍ତଙ୍କ ସମାଗମ ହୋଇଥାଏ।ଲାଲବାଗଚା ରାଜାଙ୍କ ଦର୍ଶନକୁ ନେଇ ଭକ୍ତମାନଙ୍କ ମନରେ ଏକ ଭିନ୍ନ ଆସ୍ଥା ରହିଛି। ଅନେକ ଭକ୍ତ ନିଜର ମନସ୍କାମନା ପୂରଣ ପାଇଁ ଏଠାକୁ ଆସି ଭଗବାନ ଗଣେଶଙ୍କ ଆଶୀର୍ବାଦ ନେଇଥାନ୍ତି।