ବର୍ଷା ଋତୁରେ କିପରି ନେବେ ଶରୀରର ଯତ୍ନ ?
ଶରୀରକୁ ନିରୋଗ ରଖିବ ଏହି ସବୁ ଖାଦ୍ୟ
ଏବେ ହିଁ ନିଜ ଡାଏଟରେ ସାମିଲ କରନ୍ତୁ ଏହିସବୁ ଜିନିଷ
ବର୍ଷାଋତୁ ଆସିବା ମାତ୍ରେ ପ୍ରକୃତି ସବୁଜ ଓ ସୁନ୍ଦର ହୋଇଉଠେ ।ଏହି ଋତୁରେ ପରିବେଶ ଶୀତଳ ଓ ମନୋରମ ହୋଇଥାଏ । କିନ୍ତୁ ବର୍ଷା ଋତୁରେ ଅନେକ ସ୍ୱାସ୍ଥ୍ୟ ସମସ୍ୟା ମଧ୍ୟ ଦେଖାଯାଇଥାଏ । ଏହି ଋତୁରେ ସର୍ଦ୍ଦି, କାଶ, ଜ୍ୱର, ଭଳି ସମସ୍ୟା ଦେଖାଯାଏ । ଏହି ସମୟରେ ମ୍ୟାଲେରିଆ ଓ ଡେଙ୍ଗୁ ପରି ମାରାତ୍ମକ ରୋଗ ହେବାର ମଧ୍ୟ ଅଧିକ ଚାନ୍ସ ମଧ୍ୟ ରହିଥାଏ । ଏହି ସମସ୍ୟାରୁ ରକ୍ଷା ପାଇବା ପାଇଁ ସ୍ୱଚ୍ଛତା ରକ୍ଷା କରିବା ଅତ୍ୟନ୍ତ ଆବଶ୍ୟକ । ନିଜର ଶରୀର ଓ ଖାଦ୍ୟପେୟ ପ୍ରତି ଧ୍ୟାନ ଦେବା ଜରୁରୀ ଅଟେ । ବିଶେଷ କରି ବର୍ଷା ଋତୁ ସମୟରେ ବାହାରର ଅସ୍ୱଚ୍ଛ ଖାଦ୍ୟ ଖାଇବା ଉଚିତ ନୁହେଁ । ବର୍ଷା ଋତୁ ଯେତିକି ଆନନ୍ଦଦାୟକ, ତା ଠାରୁ ଅଧିକା କଷ୍ଟଦାୟକ, ଏହି ଋତୁରେ ବିଭିନ୍ନ ପ୍ରକାର ଅଜଣା ରୋଗର ଭୟ ମଧ୍ୟ ଘାରିଥାଏ । ତେବେ ସ୍ୱଚ୍ଛତା ବଜାୟ ରଖିବା, ସଠିକ୍ ଖାଦ୍ୟ ଖାଇବା ଓ ସ୍ୱାସ୍ଥ୍ୟ ପ୍ରତି ସଚେତନ ରହିବା ଦ୍ୱାରା ଆମେ ବର୍ଷା ଋତୁର ବିଭିନ୍ନ ରୋଗରୁ ନିଜକୁ ଏବଂ ନିଜ ପରିବାରକୁ ସୁରକ୍ଷିତ ରଖିପାରିବା । ବର୍ଷା ଋତୁରେ କେଉଁ ସବୁ ଖାଦ୍ୟ ଖାଇବା ଉଚିତ୍ ନୁହେଁ ତାହା ତ ଜାଣିଲେ ଏବେ କେଉଁ ସବୁ ଜିନିଷ ଖାଇବା ଉଚିତ୍ ଏବଂ ତାହା ଆମ ଶରୀର ପାଇଁ ଉପଯୋଗୀ ଅଟେ ସେ ବିଷୟରେ ଆସନ୍ତୁ ଜାଣିବା। ହଳଦୀ କ୍ଷୀର ଏପରି ଏକ ପାନୀୟ ଯାହା ବର୍ଷା ଋତୁରେ ଆମ ଶରୀର ପାଇଁ ବେଶ୍ ଉପଯୋଗୀ ଅଟେ । ବର୍ଷା ଋତୁରେ ଗରମ କ୍ଷୀରରେ ଅଳ୍ପ ପରିମାଣର ହଳଦୀ ମିଶାଇ ପିଇବା ଦ୍ୱାରା ଶରୀରରୁ ଥଣ୍ଡା ଓ ଦେହ ପୀଡା ଦରଜ ଭଳି ରୋଗରୁ ମୁକ୍ତି ମିଳିଥାଏ । ସେହିପରି ଅଳାଁ ବର୍ଷା ଋତୁରେ ଶରୀର ପାଇଁ ଲାଭଦାୟକ ହୋଇଥାଏ ।ଏହାକୁ ଖାଇବା ଦ୍ୱାରା ଏହା ପାଚନ ଶକ୍ତିକୁ ଉନ୍ନତ କରିବା ସହ ସଂକ୍ରମଣ ସହ ଲଢେଇ କରିଥାଏ । ତେବେ ବର୍ଷାଋତୁରେ ଅତ୍ୟଧିକ ବ୍ୟାୟାମ କରିବା ମଧ୍ୟ ଶରୀର ପାଇଁ କ୍ଷତିକାରକ ହୋଇପାରେ । ତେଣୁ ବର୍ଷାଋତୁରେ ବ୍ୟାୟାମ ଠାରୁ ନିଜକୁ ଦୂରେଇ ରଖନ୍ତୁ ଏବଂ ଯଦି ସୁସ୍ଥ ଶରୀର ଚାହୁଁଛନ୍ତି ତେବେ ଏହି ସବୁ ନିୟମକୁ ନିଶ୍ଚୟ ମାନନ୍ତୁ ।