କଏନ ପ୍ଲାଣ୍ଟ କରିବ ଧନ ବୃଦ୍ଧି

ଧନ ବୃଦ୍ଧି କରିବ ଏହି ପ୍ଲାଣ୍ଟ

ଏବେ ହିଁ ଘରକୁ ଆଣନ୍ତୁ ଏହି ଗଛ

ମନି ପ୍ଲାଣ୍ଟ ଠାରୁ ଅଧିକ ଲାଭଦାୟକ ଏହି ପ୍ଲାଣ୍ଟ

ବର୍ତ୍ତମାନ ସମୟରେ କେବଳ ଟଙ୍କା ରୋଜଗାର କରିବା ଯଥେଷ୍ଟ ନୁହେଁ ବରଂ ଟଙ୍କାକୁ ସଠିକ୍ ଭାବରେ ସଞ୍ଚୟ ଏବଂ ନିବେଶ କରି ତାହାକୁ ବଢ଼ାଇବା ମଧ୍ୟ ଆବଶ୍ୟକ । ଭଲ ଆର୍ଥିକ ଯୋଜନା ଆମ ଭବିଷ୍ୟତକୁ ସୁରକ୍ଷିତ କରିଥାଏ । ତେବେ ଘରର ସୁଖ-ସମୃଦ୍ଧି ବୃଦ୍ଧି କରିବା ପାଇଁ ଆମେ ବିଭିନ୍ନ ପ୍ରକାର ନିୟମକୁ ଗୁରୁତ୍ୱ ଦେଇଥାଉ । କୁହାଯାଏ ଯେ ଘରକୁ ସଫା ରଖିବା ଦ୍ୱାରା ଲକ୍ଷ୍ମୀ ଆସିଥାଆନ୍ତି ଏବଂ ସମୃଦ୍ଧି ଆସିଥାଏ । ସାଧାରଣତଃ ଲୋକମାନେ ଧନ ବୃଦ୍ଧି ପାଇଁ ମନି ପ୍ଲାଣ୍ଟ ଲଗାଇଥିବା କଥା ତ ଆପଣମାନେ ଶୁଣିଥିବେ କିନ୍ତୁ ବାସ୍ତୁ ନିୟମ ଅନୁଯାୟୀ ମନି ପ୍ଲାଣ୍ଟ ଠାରୁ ଅଧିକ ଚମତ୍କାରୀ ଗଛ ଅଛି ଯାହାକୁ ଘରେ ଲଗାଇବା ଦ୍ୱାରା ଧନ ବୃଦ୍ଧି ହୋଇଥାଏ । ତେବେ ଏହି ଗଛର ନାମ ହେଉଛି କଏନ ପ୍ଲାଣ୍ଟ । ଏହି କଏନ୍ ପ୍ଲାଣ୍ଟ ଏକ ଛୋଟ, ମଜବୁତ ଏବଂ ସୁନ୍ଦର ଗଛ ଭାବେ ନିଜେ ଛିଡ଼ା ହୋଇ ରହେ । ଏହାର ପତ୍ରଗୁଡ଼ିକ ଗୋଲାକାର, ଚମକଦାର ଏବଂ ମୁଦ୍ରା ଭଳି ଦେଖାଯାଏ । ଯାହା ଘରକୁ ସୁନ୍ଦର କରିବା ସହିତ ସୁଖ-ସମୃଦ୍ଧି ଆଣିଥାଏ । ବାସ୍ତୁ ବିଶେଷଜ୍ଞଙ୍କ ମତରେ ଏହି ମନି ପ୍ଲାଣ୍ଟ ଆପଣଙ୍କ ଆର୍ଥିକ ସ୍ଥିତିକୁ ବେଶ୍ ସୁଦୃଢ଼ କରିଥାଏ । କେବଳ ଧନ ବୃଦ୍ଧି କରେ ତାହା ନୁହେଁ ବରଂ ଏହି ଗଛକୁ ଘରେ ରଖିବା ଦ୍ୱାରା ଆପଣଙ୍କର ଅନାବଶ୍ୟକୀୟ ଖର୍ଚ୍ଚ ମଧ୍ୟ କମିପାରେ । ଏହି ଗଛଟି ଘର ଭିତରେ ଏକପ୍ରକାର ସକାରାତ୍ମକ ପରିବେଶ ସୃଷ୍ଟି କରେ ଏବଂ ନକରାତ୍ମକ ଶକ୍ତିଠୁ ଦୂରେଇ ରଖେ । ସାଧାରଣତଃ ମନି ପ୍ଲାଣ୍ଟ ଗୁଡିକ ଲତାପରି ମାଡି ଥାଆନ୍ତି କିନ୍ତୁ ଏହି କଏନ ପ୍ଲାଣ୍ଟ ଟି ଗଛ ପରି ବଢିଥାଏ ।

ବାସ୍ତୁ ନିୟମ ଅନୁଯାୟୀ, କଏନ୍ ପ୍ଲାଣ୍ଟକୁ ସର୍ବଦା ଘରର ଉତ୍ତର କିମ୍ବା ପୂର୍ବ ଦିଗରେ ରଖିବା ଉଚିତ, ଏହି ସ୍ଥାନରେ କଏନ୍ ପ୍ଲାଣ୍ଟ୍ ରଖିବା ଦ୍ୱାରା ଆର୍ଥିକ ଉନ୍ନତିର ନୂଆ ନୂଆ ସୁଯୋଗ ମିଳିଥାଏ । ତେବେ ଆପଣମାନେ ଯଦି ଘରେ ସୁଖ ସମୃଦ୍ଧି ବଜାୟ ରଖିବାକୁ ଚାହୁଁଛନ୍ତି ଆଜି ହିଁ କଏନ ପ୍ଲାଣ୍ଟକୁ ନିଜ ଘରେ ଲଗାନ୍ତୁ ।