ଅନୁଗୋଳ ଜିଲ୍ଲା ପାଳଲହଡ଼ା ଅଞ୍ଚଳରେ ସ୍କ୍ରବ୍ ଟାଇଫସ୍କୁ ନେଇ ବଢ଼ୁଛି ଚିନ୍ତା। ଗାଁକୁ ଗାଁ ଏହି ରୋଗ ବ୍ୟାପିବାରେ ଲାଗିଥିବା ବେଳେ ଆଉ ଜଣେ ମହିଳାଙ୍କ ମୃତ୍ୟୁ ଚିନ୍ତା ବଢ଼ାଇଛି। ମୃତ ମହିଳା ହେଲେ ରଜଡଙ୍ଗ ଗାଁର ଉଷା ନାଏକ। ତାଙ୍କ ମୃତ୍ୟୁକୁ ମିଶାଇ ପାଳଲହଡ଼ା ଅଞ୍ଚଳରେ ସ୍କ୍ରବ୍ ଟାଇଫସ୍ରେ ମୃତ୍ୟୁସଂଖ୍ୟା ୩ରେ ପହଞ୍ଚିଛି।
ସ୍କ୍ରବ୍ ଟାଇଫସ୍ ବ୍ୟାପିବା ଖବର ପ୍ରଚାର ପରେ ଗ୍ରାମବାସୀଙ୍କ ମଧ୍ୟରେ ଭୟ ଓ ଆଶଙ୍କା ବଢ଼ିଛି। ଅନ୍ୟପଟେ, ଏପର୍ଯ୍ୟନ୍ତ ଗାଁରେ ଡାକ୍ତରୀ ଦଳ ପହଞ୍ଚିନଥିବାରୁ ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି।
ତୁରନ୍ତ ଡାକ୍ତରୀ ଦଳ ପଠାଇ ଗାଁରେ ସ୍ୱାସ୍ଥ୍ୟ ଯାଞ୍ଚ କରିବା ସହ ଆବଶ୍ୟକ ଚିକିତ୍ସା ଓ ପ୍ରତିଷେଧକ ବ୍ୟବସ୍ଥା କରିବାକୁ ଗ୍ରାମବାସୀ ଦାବି କରିଛନ୍ତି।