୧୦ ମାସରେ କୈଳାଶ ବିକିଲେ ମୁମ୍ବାଇର BKC ଅଫିସ ,ଦାମ ୧୦.୭୫ କୋଟି

କୈଳାଶ ଖେର ନିଜର କଣ୍ଠଶ୍ୱର ପାଇଁ ଭାରତୀୟ ସଙ୍ଗୀତ ଜଗତରେ ନିଜର ସ୍ୱତତ୍ନ୍ ପରିଚୟ ସୃଷ୍ଟି କରିଛନ୍ତି । ସୁଫି , ଲୋକ ଓ ଭକ୍ତି ସଙ୍ଗୀତକୁ ଫିଲ୍ମ ସଙ୍ଗୀତସହ ମିଶାଇ ନିଜ ଶ୍ୱର ଶୈଳୀରେ ଶ୍ରେତାଙ୍କ ପାଖରେ ପହଞ୍ଚାଇଛନ୍ତି । ସେ ଅନେକ ଗିତ ଗାଉଥିଲେ ମଧ୍ୟ ‘ଆଲ୍ଲାହ କେ ବନେ୍ଦ’ ଗୀତ ଦେଇଥିଲା ତାଙ୍କୁ ବଡ ପରିଚୟ । ପରେ ‘ତେରି ଦିୱାନୀ’, ୟା ରବ୍ୱା’ ଏବଂ ‘ବାହୁବଲୀ’ ଫ୍ରାଞ୍ଚାଇଜି ଗୀତ ତାଙ୍କୁ ଆହୁରି ବଡ ପରିଚୟ ଦେଇଥିଲା । ତେବେ ଏବେ ଗିତ ପାଇଁ ନୁହେ ବରଂ ଏକ ବଡ ପ୍ରପଟି ଡିଲକୁ ନେଇ ଚର୍ଚ୍ଚରେ ଅଛନ୍ତି କୈଳାଶ ଖେର ।

କୈଳାଶ ଖେର ମୁମ୍ବାଇର ବାନ୍ଦ୍ରା କୁର୍ଲା କମ୍ପ୍ଲେକ୍ସ ବା BKCରେ ଥିବା ନିଜର ଏକ ଅଫିସ୍‌କୁ ୧୦ କୋଟି ୭୫ ଲକ୍ଷ ଟଙ୍କାରେ ବିକ୍ରି କରିଛନ୍ତି। ଏହି ଅଫିସ୍‌ର ଆୟତନ ୨,୬୧୯ ବର୍ଗଫୁଟ୍। ଖାସ୍ କଥା ହେଉଛି, କୈଳାଶ ଖେର ଏହି ପ୍ରପର୍ଟିକୁ ମାତ୍ର ୧୦ ମାସ ପୂର୍ବରୁ ୧୦ କୋଟି ୫୦ ଲକ୍ଷ ଟଙ୍କାରେ କିଣିଥିଲେ। ଅର୍ଥାତ୍ କାଗଜପତ୍ରରେ ଥିବା କ୍ରୟ ଓ ବିକ୍ରୟ ମୂଲ୍ୟ ତୁଳନା କଲେ, ସେ ୨୫ ଲକ୍ଷ ଟଙ୍କା ଅଧିକ ଦାମରେ ଏହାକୁ ବିକ୍ରି କରିଛନ୍ତି।