ଓମଫେଡ ଆଣିବ ଆଇସକ୍ରିମ

ଓମଫେଡ ଆଣିଛି ଓଡ଼ିଶାବାସୀ ଙ୍କ ପାଇଁ ଏକ ବଡ ଧମାକା ।ବଜାର କୁ ଆସିବ ଓମଫେଡ ଆଇସକ୍ରିମ ।ଓମଫେଡ ଆଣିବ ନିଜସ୍ୱ ଆଇସକ୍ରିମ ।ଭିର୍ଣ୍ଣ  ଭିର୍ଣ୍ଣ ଫ୍ଲେଭର ରେ ଖୁବଶୀଘ୍ର ବଜାର କୁ ଆସିବ ଓମଫେଡ ଆଇସକ୍ରିମ  ଏବଂ ଏହାସହ ଓମଫେଡ ପାଣି ମଧ୍ୟ ବଜାର କୁ ଆସିବ ।ତେବେ ଏ ନେଇ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ।ଗୁଣବତ୍ତା ପାଇଁ ତ୍ରିସ୍ତରୀୟ ଚେକିଂ ହୁଏ ।ଫ୍ୟାଟ ଚେକିଂ ହୁଏ , ଅପମିଶ୍ରଣ ହୁଏନି , ଯଦି ଅପମିଶ୍ରଣ ହୁଏ , କାର୍ଯ୍ୟାନୁଷ୍ଠାନ  ନିଆଯାଏ । ତେବେ ଦେଖିବାକୁ ଗଲେ କ୍ଷୀର ଦର ୨ ଟଙ୍କା ବୃଦ୍ଧି ପାଇଛି ।ତେବେ ମନ୍ତ୍ରୀ ଙ୍କ କହିବା ଅନୁସାରେ ଏହା ଦ୍ୱାରା କୃଷକ ଅଧିକ ସ୍ୱାବଲମ୍ବୀ ହେବେ ବୋଲି ମନ୍ତ୍ରୀ କହିଛନ୍ତି ।କ୍ଷୀର ଦର ବୃଦ୍ଧି ଦ୍ୱାରା ଦୁଗ୍ଧ ଚାଷୀମାନେ ଅଧିକ ଲାଭବାନ ହେବା ସହ ସ୍ୱାବଲମ୍ବୀ ହୋଇପାରିବେ ବୋଲି ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ କହିଛନ୍ତି ।ତେବେ ଏହି ଉତ୍ପାଦ ବଜାର କୁ ଆସିଲେ ଗ୍ରାହକ ଙ୍କୁ ଅଧିକ ବିକଳ୍ପ ମିଳିବା ସହ ଚାଷୀ ମାନେ ମଧ୍ୟ ଲାଭ ପାଇବେ ବୋଲି ଆଶା କରାଯାଉଛି