ଆମାଜନ ପ୍ରାଇମ ଭିଡିଓ ଏହାର ନୂଆ ରୋମାଣ୍ଟିକ ‘ଡୋଣ୍ଟ ବି ସାଇ’ ଟ୍ରେଲର୍ ରିଲିଜ କରିଛି । ଏହାର ନିର୍ମାତା ଆଲିଆ ଭଟ୍ଟ ଏବଂ ତାଙ୍କ ଭଉଣୀ ଶାହୀନ ଭଟ୍ଟଙ୍କ ଦ୍ୱାରା ‘ଇଟର୍ନାଲ ସନ୍ଶାକନ ପ୍ରଡକ୍ସନ ବ୍ୟାନରେ ନିର୍ମିତ । ଏହାର ନିର୍ଦେଶନା ଦେଇଛନ୍ତି ଶ୍ରୀତି ମୁଖାଜୀ ।ଏହି ଫିଲ୍ମ କାହାଣୀ ବନ୍ଧୁତ୍ୱ, ପ୍ରେମ ଏବଂ ଜୀବନର କଠିନ ନିଷ୍ପତିକୁ ନେଇ ଆଧାରିତ । ଦର୍ଶକମାନେ ‘ଡୋଣ୍ଟ ବି ଶାଇ’ରେ ୪ଜଣ ନୂଆ ମୁହଁକୁ ଦେଖିବାକୁ ପାଇବେ । ଏହି ଫିଲ୍ମରେ ୪ ନିୟୁ କମର ଆରୁଷି ବଜାଜ୍, ପୀୟୁଷ ଖାତି, ବିଆଙ୍କା ଆରୋରା ଏବଂ ଅଂଶ ଦୁଗଲଙ୍କୁ ଲିଡ ରୋଲରେ ଦେଖିବାକୁ ପାଇବେ ଦର୍ଶକ । ନିକଟରେ ଏକ ଗ୍ରାଣ୍ଡ ଇଭେଣ୍ଟ କରି ଫିଲ୍ମର ଟ୍ରେଲର ରିଲିଜ କରିଛନ୍ତି । ଏହି ଟ୍ରେଲର ଲଞ୍ଚ ବେଳେ ଷ୍ଟାର କାଷ୍ଟଙ୍କ ସହ ଆଲିଆ ଭଟ୍ଟ ଏବଂ ତାଙ୍କ ଭଉଣୀ ଶାହୀନ ଭଟ୍ଟ ଥିଲେ ।