ଲଙ୍କାଗଣ୍ଡ ପକାଇ SBIରୁ ୪ଲକ୍ଷ ୩୫ହଜାର ଲୁଟ୍ । ଏପରି କିଛି ଘଟଣା ଘଟିଛି ମହାରଷ୍ଟ୍ରରର ନାଗପୁରରେ । ଦକ୍ଷିଣ ନାଗପୁରର ସକ୍କରଦରା ଅଞ୍ଚଳର ଭାଣ୍ଡେ ପ୍ଲଟ୍ ରେ ଥିବା SBI ଶାଖାର କର୍ମଚାରୀମାନେ ନିକଟସ୍ଥ ATMରୁ ଟଙ୍କା ନେଇ ବ୍ୟାଙ୍କକୁ ଫେରୁଥିଲେ। ପଛପଟୁ ଯୁବକ ଜଣକ ଆସି କର୍ମଚାରୀଙ୍କ ଆଖିକୁ ମୁଠା ମୁଠା ଲାଲ୍ ଗୁଣ୍ଡ ଫିଙ୍ଗିଥିଲା । ଆଖି ଜଲିବା ସହ ବ୍ୟାଙ୍କ ଭିତରେ ହଇଚଇ ସୃଷ୍ଟି ହୋଇଥିଲା । ଏହାର ସୁଯୋଗ ନେଇ ୪ଲକ୍ଷ ୩୫ହଜାର ଟଙ୍କା ଛଡାଇ ନେଇ ଦୌଡିଥିଲେ । ଯୁବକ ଜଣକ ଗେରୁଆ ରଙ୍ଗର ତ୍ତ୍ା ପିନ୍ଧିଥିଲେ ଓ ଧଳା କପଡାରେ ମୁହଁ ଘୋଡାଇ ଲୋକଙ୍କ ମଧ୍ୟରେ ଲୁଚି ରହିଥିେଏ । ଟଙ୍କା ଲୁଟକରି କରି ଯୋଜନାରେ ସଫଳ ହୋଇ ନଥିଲା । ପାଟ୍ରୋଲିଂ କରୁଥିବା ବିଟ୍ ମାର୍ଶାଲ ଓ ସକ୍କରଦରା ପୋଲିସର ଟିମ୍ ମଧ୍ୟ ପିଛା କରିଥିଲା। ଘଟଣାସ୍ଥଳରୁ ପ୍ରାୟ ଏକ କିଲୋମିଟର ଦୂରରେ ଅଭିଯୁକ୍ତକୁ କାବୁ କରାଯାଇଥିଲା । ତା’ ପାଖରୁ ଲୁଟ୍ ହୋଇଥିବା ସମ୍ପୂର୍ଣ୍ଣ ୪ ଲକ୍ଷ ୫୩ ହଜାର ଟଙ୍କା ମଧ୍ୟ ଉଦ୍ଧାର ହୋଇଛି ।
ଗିରଫ ଯୁବକର ନାଁ ସୂରଜ ଭୋଜରାଜ ବୋରକର। ବୟସ ୨୮ ବର୍ଷ । ସେ ନାଗପୁର ଗ୍ରାମାଞ୍ଚଳର ଭିଭାପୁର ତହସିଲ ଅନ୍ତର୍ଗତ ତାତୋଲି ଗାଁର ବାସିନ୍ଦା । ସୂରଜ B.Sc. ପାସ୍ କରିଥିଲେ ମଧ୍ୟ ବେକାର ଥିବା କୁହାଯାଇଛି । ସକ୍କରଦରା ଥାନା ପୋଲିସ ଏନେଇ ଚୋରି ମାମଲା ରୁଜୁ କରିଛି।