ସମୁଦ୍ର ପାଣିରୁ ବାହାରିବ ମିଠା ପାଣି

ମୁମ୍ବାଇ ସମୁଦ୍ର ପାଣିରୁ ବାହାରିବ ମିଠା ପାଣି । ମୁମ୍ବାଇ ଜଳର ଚାହିଦା ବଢିଥିବାରୁ ଏବେ ସମୁଦ୍ର ପାଣିକୁ ବ୍ୟବହାର କରିବା ପାଇଁ ଯୋଜନା ଚାଲିଛି । ୨୦୦୯ ମସିହାରେ ମୁମ୍ବାଇରେ ଦେଖାଯାଇଥିବା ପ୍ରବଳ ଜଳାଭାବ ଦେଖି ଏହି ନିଷ୍ପତ୍ତି ନିଆଯାଇଥିଲା । ଡିସାଲିନେସନ୍ ବା ଲୁଣା ପାଣିକୁ ମିଠାପାଣି କରିବା ପ୍ରକଳ୍ପ ବିଷୟରେ ଗମ୍ଭୀରତାର ସହ ବିଚାର କରାଯାଇଥିଲା । ମୌସୁମୀ ପର୍ଷା ଉପରେ ସହରର ନିର୍ଭରଶୀଳତାକୁ ପୌରସଂସ୍ଥା ଏହି ପ୍ରସ୍ତାବ ଦେଇଥିଲେ ।ସମୁଦ୍ର ପାଣିରୁ ଲୁଣ ଏବଂ ଅନ୍ୟାନ୍ୟ ଅଶୁଦ୍ଧତାକୁ ଦୂର କରି ଏହାକୁ ପିଇବା ଯୋଗ୍ୟ କରିବାର ଏକ ବୈଜ୍ଞାନିକ ପ୍ରକ୍ରିୟା ।ମୁମ୍ବାଇ ଦୈନିକ ୫୦୦-୬୦୦ ମିଲିୟନ୍ ଲିଟର ଜଳ ଅଭାବକୁ ଦୂର କରିବା ପାଇଁ ଏହି ପ୍ରଯୁକ୍ତିବିଦ୍ୟା ଆପଣେଇବାକୁ ଯାଉଛି । ଏହି ପ୍ଲାଣ୍ଟରେ ଜଳ ବିଶୋଧନ ପାଇଁ ନିମ୍ନଲିଖିତ ପର୍ୟ୍ୟାୟ ଅବଲମ୍ବନ କରାଯିବ । ସମୁଦ୍ର ଜଳ ସଂଗ୍ରହ ଓ ପ୍ରାଥମିକ ଫିଲ୍ଟରିଂ ବୃହତ ପାଇପ୍ ସାହାଯ୍ୟରେ ଆରବ ସାଗରରୁ ସମୁଦ୍ର ଜଳ ପ୍ଲାଣ୍ଟକୁ ଅଣାଯିବ ।