ଜ୍ୱରରେ ପଡ଼ିଲା ଓରାଙ୍ଗଉଟାନ

ପୁଣି ଜ୍ୱରରେ ପଡ଼ିଲା ଓରାଙ୍ଗଉଟାନ

ଉଦ୍ଧାର ହୋଇଥିବା ୫ ଓରାଙ୍ଗଉଟାନଙ୍କ ମଧ୍ୟରୁ ଜଣେ ଅସୁସ୍ଥ

ଆଲର୍ଟରେ ରହିଛି ଡାକ୍ତରୀ ଟିମ୍,ସ୍ୱାସ୍ଥ୍ୟ ଉପରେ ରହିଛି ନଜର

ନନ୍ଦନକାନନରେ ଚାଲିଛି ସ୍ୱତନ୍ତ୍ର ଚିକିତ୍ସା ଓ ଯତ୍ନ

ଗଣମାଧ୍ୟମ ଓ ସୋସିଆଲ ମିଡିଆରେ ଦେଖୁଥିବା ଏହି ଓରାଙ୍ଗଉଟାନ୍‌ ନିରୀହ ଛୁଆଙ୍କ ନାଚକୁଦକୁ ସ୍ୱଚକ୍ଷୁରେ ଦେଖିବାକୁ ସମସ୍ତେ ଆକୁଳ  । ମଙ୍ଗଳବାର ରାତିରୁ ନନ୍ଦନକାନନର ଏକ ଅସ୍ଥାୟୀ ସଦସ୍ୟ ପାଲଟିଛନ୍ତି ଇଣ୍ଡୋନେସିଆର ଏହି ବିଲୁପ୍ତ ବିରଳ ପ୍ରାଣୀ । ଗାଇଡ୍‌ଲାଇନ୍‌ ଅନୁସାରେ, ଏମାନେ ପ୍ରଥମେ ପଟାସ ପାଣିରେ ଗୋଡ଼ ଧୋଉଛନ୍ତି । ଯାହାଦ୍ୱାରା ଜୀବାଣୁ କିଛି  ସଂକ୍ରମଣ ହେବନି । ଏହାପରେ ହାତ, ଗୋଡ଼ରେ ଗ୍ଲୋବ୍‌ସ ଓ ମୁହଁରେ ମାସ୍କ ପିନ୍ଧି ସେମାନେ ଉକ୍ତ ଗୃହ ଭିତରକୁ ପଶୁଛନ୍ତି ।  ପ୍ରାଣୀ ଉଦ୍ୟାନର ପ୍ରବେଶ ପଥର ବାମପାର୍ଶ୍ୱରେ ୩୦୦ ମିଟର ଦୂରରେ ଥିବା ସଂଗରୋଧ ପ୍ରାଣୀ ଚିକିତ୍ସାଳୟ କଡ଼ରେ ଥିବା ଶିଶୁ ଲାଳନପାଳନ କେନ୍ଦ୍ର/ହ୍ୟାଣ୍ଡ ରିଅରିଂ ସେଣ୍ଟର(ଏଚ୍‌ଆର୍‌ସି)ରେ ରଖାଯାଇଛି । ସେହି ଅଞ୍ଚଳଟି ଏବେ ପୂରା ନିଷିଦ୍ଧାଞ୍ଚଳ ଘୋଷଣା କରାଯାଇଛି । ଜଣେ ବି ପର୍ଯ୍ୟଟକଙ୍କୁ ଭିତରକୁ ଛଡ଼ାଯାଉନି । ଏମିତିକି ନନ୍ଦନକାନନର ଅଧିକାଂଶ କର୍ମଚାରୀଙ୍କୁ ମଧ୍ୟ ପୂରାଯାଉନି । ଯାହା କିଛି ଉପରିସ୍ଥ ଅଧିକାରୀ, କେୟାରଟେକର ଓ ସ୍ୱାସ୍ଥ୍ୟ ବିଶେଷଜ୍ଞ ହିଁ ଓରାଙ୍ଗଉଟାନ୍‌କୁ ପାଖକୁ ଯାଇପାରୁଛନ୍ତି ।ତେବେ  ୨୦୦୩ ମସିହାରୁ ୨୦୧୯ ଯାଏ ଓରାଙ୍ଗଉଟାନ୍‌ ‘ବିନି’ ଦର୍ଶକଙ୍କୁ ଭରପୁର ମନୋରଞ୍ଜନ କରାଯାଉଥିଲା । ବିନି ମରିଗଲା ପରେ ୬ ବର୍ଷ ଧରି ଓରାଙ୍ଗଉଟାନ୍‌ ଶୂନ୍ୟ ହୋଇଯାଇଥିଲା ନନ୍ଦନକାନନ ।ବାଲେଶ୍ବର ଭୋଗରାଇ ଜଙ୍ଗଳରୁ ୫ଟି ଓରାଙ୍ଗଉଟାନ ଶାବକ ଉଦ୍ଧାରକୁ ୫ ଦିନ ବିତିଲାଣି, ହେଲେ ସସପେନ୍ସ କମିବା ବଦଳରେ ରହସ୍ୟ ଆହୁରି ଘନେଇବାରେ ଲାଗିଛି । କିଏ ଆଣିଥିଲେ ଏହି ଦୁର୍ଲଭ ଜୀବଙ୍କୁ ? କାହା ପାଇଁ ଆସିଥିଲା ? ଆଉ ଓଡ଼ିଶା ବାଟ ଦେଇ କୁଆଡ଼େ ଚାଲାଣ ହୋଇଥାନ୍ତା ? ଏ ସବୁ ପ୍ରଶ୍ନର ଉତ୍ତର ଖୋଜିବାକୁ ଦିନରାତି ଏକ କରିଦେଇଛି କ୍ରାଇମ୍ ବ୍ରାଞ୍ଚ ଓ  STF  ଟିମ ।