ସଜନା ଶାଗ ତୋଳୁଥିଲେ : ହଠାତ୍ ଚାଲିଗଲା ଜୀବନ!

ବୋରିଗୁମ୍ମା ବ୍ଲକ ପୋଖନାଗୁଡାରୁ ଆସିଲା ଛାତିଥରା ଖବର । ସକାଳୁ ଘରବାଡ଼ିରେ ସଜନା ଶାଗ ତୋଳିବାକୁ ଯାଇଥିଲେ ଯୁବକ। କିନ୍ତୁ ଶାଗ ତୋଳିବା ବେଳେ ଘଟିଗଲା ଅଘଟଣ। ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଘଟଣାସ୍ଥଳରେ ହିଁ ଯୁବକଙ୍କ ମୃତ୍ୟୁ ଘଟିଥିବା ସୂଚନା। ମୃତ ଯୁବକ ହେଲେ ୩୦ ବର୍ଷୀୟ ପର୍ଶୁରାମ ସୌରା। ଏହି ଘଟଣାକୁ ନେଇ ପୋଖନାଗୁଡା ଅଞ୍ଚଳରେ ଖେଳିଯାଇଛି ଶୋକର ଛାୟା।ପରିବାର ଲୋକଙ୍କ ଆଖିରୁ ଲୁହ ଶୁଖୁନଥିବା ବେଳେ ଅଞ୍ଚଳବାସୀଙ୍କ ମଧ୍ୟରେ ମଧ୍ୟ ଶୋକାକୁଳ ପରିବେଶ। ଖବର ପାଇ ଘଟଣାସ୍ଥଳରେ ପହଞ୍ଚିଛନ୍ତି ବି. ସିଂହପୁର ବିଦ୍ୟୁତ୍ ବିଭାଗର କର୍ମଚାରୀ।  ସେପଟେ  ବି. ସିଂହପୁର ପୋଲିସ ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ଜଣାପଡିଛି ।