ଜଳିଗଲେ ୨୬ ଛାତ୍ରଛାତ୍ରୀ

ସ୍କୁଲରେ ପାଠପଢା ହଠାତ ଚାରିଆଡେ ନିଅଁ ଲାଗିଥିଲା । ଚାରିଆଢେ ଖେଳିଗଲା ନିଆଁ ଆଉ ଧୂଆଁ ଜୀବନ ବଞ୍ଚାଇବା ପାଇଁ କିଏ କୁଆଡେ ଦୌଡିଥିଲେ କିଏ ମୁଖ୍ୟ ଦ୍ୱାରକୁ ତ କିଏ ଝରକାରୁ ଡେଇଁଥିଲା । ନିଆଁ ଓ ଦଳାଚକଟାରେ ଚାଲିଗଲା୨୬ ତଣ ଛାତ୍ରଛାତ୍ରୀଙ୍କ ଜୀବନ । କଙ୍ଗୋର ବୁକାଭୁରୁ ଆସିଛି ଏଭଳି ଛାତିଥର ଘଟଣା । ସ୍ଥାନୀୟ ୨ଟି ସ୍କୁଲରେ ଭୀଷଣ ନିଆଁ ଲାଗିଯିବାରୁ ୨୬ ଜଣ ଛାତ୍ର ଛାତ୍ରୀଙ୍କ ମୃତୁ୍ୟ ହୋଇଥିଲାବେଳେ ଅନେକ ଆହତ ଅଛନ୍ତି । ମୃତକଙ୍କ ମଧ୍ୟରେ ୧୯ ଜଣ ବାଳିକା ଏବଂ ୭ ଜଣ ବାଳକ ରହିଛନ୍ତି । ସ୍ଥାନୀୟ ପ୍ରସାସନର ସୂଚନା କହିବା ମୁତାବକ , ପ୍ରଥମେ ଏକ ଘରେ ନିଆଁ ଲାଗିଥିଲା ଏବଂ ପରେ ଏହା ପାଖରେ ଥିବା ଦୁଇଟି ସ୍କୁଲକୁ ବ୍ୟାପି ଯାଇଥିଲା । ଅଗ୍ନିକାଣ୍ଡ ସମୟରେ ଛାତ୍ରଛାତ୍ରୀ ଫୁରାହା ସେକେଣ୍ଡାରୀ ସ୍କୁଲ ଭିତରେ ହିଁ ଫସି ରହିଥିଲେ । ଧୂଆଁରେ ଶ୍ୱାସରୁଦ୍ଧ ହୋଇ କିଛି ଛାତ୍ରଙ୍କର ମୃତ୍ୟୁ ଘଟିଛି ।ସ୍କୁଲରୁ ବାହାରିବା ପାଇଁ ରାସ୍ତାଟି ବହୁତ ସଂକୀର୍ଣ୍ଣ ଥିଲା । ଅନେକ ଛାତ୍ରଛାତ୍ରୀ ମୁଖ୍ୟ ଦ୍ୱାର ଆଡ଼କୁ ଦୌଡ଼ିଥିବା ବେଳେ କେତେଜଣ ଝରକା ଦେଇ ବାହାରକୁ ଆସିବାକୁ ଚେଷ୍ଟା କରିଥିଲେ । ଦୁର୍ଘଟଣାରେ ୨୪ ଜଣଙ୍କ ମୃତ୍ୟୁ ଘଟିଛି ଏବଂ ୨୯ ଜଣ ଚିକିତ୍ସାଧୀନ ଅଛନ୍ତି ।