ରୋଜଗାର କରିବାର ଅଭିନବ ଉପାୟ ।
ପଡୋଶୀଙ୍କ ବିଷୟରେ ଚୁଗୁଲିକରି ରୋଜଗାର କରନ୍ତି ଟଙ୍କା
ଆଶ୍ଚର୍ଯ୍ୟ କରିବ ୬୭ ବର୍ଷର ‘ଗସିପ କୁଇନ ‘ଙ୍କ କାହାଣୀ
ତେବେ ଆପଣ ମାନେ ଶୁଣିଲେ ଆଶ୍ଚର୍ଯ୍ୟ ହେବେ ଚୁଗୁଲୀ କରି ଟଙ୍କା ରୋଜଗାର କରିବା କଥା ।ରୋଜଗାର କରିବା ପାଇଁ ଅନେକ ଉପାୟ ରହିଛି କିନ୍ତୁ ମଣିଷ ଟଙ୍କା ରୋଜଗାର କରିବା ପାଇଁ କିଛି ବି ପନ୍ଥା ଆପଣାଉଛି । ତେବେ ଏପରି କିଛି ଖବର ଏବେ ସାମ୍ନାକୁ ଆସିଛି ।ଯାହାକି ଚର୍ଚ୍ଚାର ବିଷୟ ପାଲଟିଛି । ତେବେ ଗାଁ ଗହଳି ମାନଙ୍କରେ ଚୁଗୁଲୀ ଶବ୍ଦର ବହୁତ ପ୍ରଚଳନ ଥାଏ ।ତେବେ ଏହି ଚୁଗୁଲୀ କରିବାକୁ ଆମେ ସାଧାରଣତଃ ସମୟ ନଷ୍ଟ ବୋଲି ଭାବିଥାଉ କିନ୍ତୁ ଏହି ଚୁଗୁଲୀ କରିବାକୁ ନେଇ ମଧ୍ୟ ରୋଜଗାର ର ମାଧ୍ୟମ ବନା ଯାଇପାରେ । କଲମ୍ବିଆ ର ଜଣେ ୬୭ ବର୍ଷୀୟା ମହିଳା ଏହି ଅଭ୍ୟାସ କୁ ରୋଜଗାର ର ଏକ ଅଜବ ମାଧ୍ୟମରେ ପରିଣତ କରିଛନ୍ତି ।ତାଙ୍କ ନାମ ହେଉଛି ମିରିୟମ ।ତେବେ କଲମ୍ବିଆ ର ଆର୍ମେନିଆ ସହରରେ ରହୁଥିବା ମିରିୟମ ପ୍ରତିଦିନ ଘର ବାହାରେ ଚେୟାର ପକାଇ ବସନ୍ତି କିଏ କଣ କରୁଛି , କାହା ଘରେ କଣ ଘଟୁଛି , କାହା କାହା ମଧ୍ୟରେ ଝଗଡା ହେଉଛି , କିଏ କାହା ସହ ଲୁଚି ଛପି ଦେଖା କରୁଛି ଏସବୁ କୁ ସେ ଅନୁଧ୍ୟାନ କରନ୍ତି ।ତେବେ ନିଜକୁ ସେ ‘ପ୍ରଫେସନାଲ ଗସିପ କୁଇନ ‘ବୋଲି ପ୍ରକାଶ କରନ୍ତି ।ସାଧାରଣ ଭାବେ କହିବାକୁ ଗଲେ ତାଙ୍କ ଅଂଚଳ ରେ କୌଣସି ରୋଚକ ଖବର ଜାଣିବାକୁ ହେଲେ ଲୋକ ମିରିୟମ ଙ୍କ ପାଖକୁ ଆସିଥାନ୍ତି ।
ତେବେ କହିବାକୁ ଗଲେ ମିରିୟମ ଙ୍କ ଏହି କାର୍ଯ୍ୟ ମାଗଣା ନୁହେଁ ।ସେ ସ୍ତର ଅନୁସାରେ ମୂଲ୍ୟ ଧାର୍ଯ୍ୟ କରିଛନ୍ତି ।ଛୋଟ ଖବର ପାଇଁ ୧୫୦ ରୁ ୩୦୦ ଟଙ୍କା ଏବଂ ଯଦି ଖବର ଟି ବଡ କିମ୍ବା ବ୍ୟକ୍ତିଗତ ଗୁପ୍ତ କଥା ହୋଇଥାଏ ତେବେ ଏହାର ଦାମ ମଧ୍ୟ ବଢିଥାଏ ।ତେବେ ମିରିୟମ ଙ୍କ କହିବା ଅନୁସାରେ ତାଙ୍କର ସବୁଠାରୁ ମହଙ୍ଗା ଗସିପ ର ମୂଲ୍ୟ ୨୧ ହଜାର ଟଙ୍କା ରହିଥିଲା ।ତେବେ ମିରିୟମ ଏକ ନୋଟ ବୁକ ରେ ତାରିଖ ଓ ସମୟ ସହ ଘଟଣା ଗୁଡିକୁ ଲେଖି ରଖନ୍ତି ଏବଂ ମିରିୟମ ତାଙ୍କ ଘରେ ଏକ ଗସିପ ବୋର୍ଡ ମଧ୍ୟ ରଖିଛନ୍ତି ଯେଉଁଠାରେ ଲୋକ ଙ୍କ ତଥ୍ୟ ସହ ଫୋଟୋ ଏକ ସୂତାରେ ଯୋଡ଼ା ଯାଇ ରଖାଯାଇଥାଏ ।ତେବେ ସବୁଠାରୁ ଚର୍ଚ୍ଚିତ କଥା ହେଉଛି ଏହି ନିଆରା ବ୍ୟବସାୟ ରୁ ମିରିୟମ ଯାହା ରୋଜଗାର କରିଛନ୍ତି ସେହି ପଇସାରେ ସେ ଦୁଇଟି ଘର ମଧ୍ୟ ତିଆରି କରିଛନ୍ତି। ତେବେ ଏହି ଅଜବ କାହାଣୀ ସୋସିଆଲ ମିଡ଼ିଆ ରେ ମଧ୍ୟ ବହୁତ ଚର୍ଚ୍ଚାର ବିଷୟ ପାଲଟିଛି ।