ବ୍ରିଜ ଭୁଶୁଡି ୭ ଶ୍ରମିକ ଆହତ

ବିିହାରରେ ଘଟିଛି ଏକ ବଡ ଧରଣର ଦୁର୍ଘଟଣା । ଭାରତମାଲା ପ୍ରକଳ୍ପ ଅଧୀନରେ ନିର୍ମାଣଧୀନ ବ୍ରିଜ ଭୁଶିଡି ପଡିବାରୁ ୭ଜଣ ଶ୍ରମିକ ଆହତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ଦୁଇଜଣଙ୍କ ଅବସ୍ଥା ଗୁରୁତର ରହିଛି । ଆହତଙ୍କ ମଧ୍ୟରେ ଜଣେ ଓଡିଆ ଶ୍ରମିକ ଅଛନ୍ତି । ସୂଚନା ଅନୁଯାୟୀ ବିହାରର ବୈଶାଳୀ ଜିଲ୍ଲା ଅନ୍ତର୍ଗତ ଲାଲଗଞ୍ଜର ଜଲାଲପୁର ଗାଁରେ ଏହି ଅଭାବନୀୟ ଘଟଣା ଘଟିଛି। ଭାରତମାଳା ପ୍ରକଳ୍ପ ଅଧୀନରେ ସୋନପୁରରୁ କେସରିଆ ମଧ୍ୟରେ ‘ବୁଦ୍ଧ ସର୍କିଟ୍’ ୬ ଲେନ୍ ବିଶିଷ୍ଟ ହାଇୱେ ପାଇଁ ଏହି ପୋଲ ନିର୍ମାଣ କରାଯାଉଥିଲା। ହେଲେ ଗୁରୁବାର ନିର୍ମାଣାଧୀନ ବ୍ରିଜ୍‌ର ଲଞ୍ଚର୍ ସ୍ଥାନାନ୍ତର କରାଯାଉଥିବା ସମୟରେ ହଠାତ୍ ଏହି ଢାଞ୍ଚାଟି ଭୁଶୁଡ଼ି ପଡ଼ିଥିଲା। ଫଳରେ ଏହା ତଳେ ଚାପି ହୋଇ ସେଠାରେ କାମ କରୁଥିବା ୭ ଜଣ ଶ୍ରମିକ ରକ୍ତାକ୍ତ ହୋଇଥିଲେ। ଦୁର୍ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ହଇଚଇ ସୃଷ୍ଟି ହୋଇଥିଲା।ଦୁର୍ଘଟଣାର ଶିକାର ହୋଇଥିବା ଶ୍ରମିକମାନଙ୍କ ମଧ୍ୟରୁ ୫ ଜଣ ବିହାରର ହୋଇଥିବା ବେଳେ ଜଣେ ପଞ୍ଜାବ ଏବଂ ଜଣେ ଓଡ଼ିଶାର ବୋଲି ଚିହ୍ନଟ କରାଯାଇଛି। ଓଡ଼ିଶାର ଆହତ ଶ୍ରମିକଙ୍କ ପରିଚୟ ସଞ୍ଜୀବ କୁମାର ବୋଲି ଜଣାପନିଛି।