କ୍ଷେତକୁ କାମ କରିବାକୁ ଯାଇଥିଲେ, ବଜ୍ରାଘାତରେ ଚାଲିଗଲା ଜୀବନ

କ୍ଷେତରେ କାମ କରିବାକୁ ଘରୁ ବାହାରିଥିଲେ, ହେଲେ କିଏ ଜାଣିଥିଲା ଶବ ହୋଇ ଘରକୁ ଫେରିବେ। ଏଭଳି ଦୁଃଖଦ ଘଟଣା ଘଟିଛି ହାତିବାରୀ ଥାନା ଅନ୍ତର୍ଗତ ଲିମଡ଼ା ଗାଁରେ I ବଜ୍ରାଘାତରେ ଜଣେ 55 ବର୍ଷୀୟ ମହିଳାଙ୍କ  ମୃତ୍ୟୁ ହୋଇଛି। ସୂଚନା ଅନୁସାରେ, ଗତକାଲି ଅପରାହ୍ଣ ପ୍ରାୟ ୩ଟା ସମୟରେ ଝିପିଝିପି ବର୍ଷା ସହ ବିଜୁଳି ଘଡ଼ଘଡ଼ି ହେଉଥିଲା। ଏହି ସମୟରେ  ମହିଳା ଜଣକ କାମ କରିବାକୁ କ୍ଷେତକୁ ଯାଉଥିବା ବେଳେ ଅଚାନକ ବଜ୍ରାଘାତ ହୋଇଥିଲା। ଏଥିରେ ସନିଆର ସିଂ ନାମକ ମହିଳାଙ୍କ ମୃତ୍ୟୁ  ଘଟିଥିଲା l ହେଲେ ସନିଆର ଆଉ ଘରକୁ ଫେରି ନ ଥିଲେ l ବହୁ ସମୟ ଧରି ଘର ଲୋକେ ତାଙ୍କୁ ଖୋଜାଖୋଜି କରିବା ପରେ ମଧ୍ୟ ପାଇ ନ ଥିଲେ ଓ ପୁଲିସ କୁ ସୁଚନା ଦେଇଥିଲେ I ଆଜି ସକାଳ ସମୟରେ ଗାଁ ର ଅନ୍ୟ ମହିଳା ବିଲ କୁ ଯାଉଥିବା ସମୟରେ ସନିଆର କୁ ଦେଖିଥିଲେ ଦେଖିବା ପରେ ପରିବାର ଓ ପୁଲିସ କୁ ସୂଚନା ଦେଇଥିଲେ l ତେବେ ସୂଚନା ପାଇବାପରେ ନୂଆଗାଁ ଫାଣ୍ଡି ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଶବ କୁ ଜବତ କରିବା ସହ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ କରୁଛି l ଏହି ଘଟଣା କୁ ନେଇ ଗାଁ ରେ ଶୋକ ର ଛାୟା ଖେଳି ଯାଇଛି l