କିଛ ଦିନ ହେଲା ୮୦ ଦଶକର ଫୋଟ କୁ ନେଇ ହଇ ଚଇ ସୃଷ୍ଟ କରିଛି । ଏନେଇ ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି ୮୦ଦଶକର ଫୋଟ କ୍ରେଜ । ରେଟ୍ରୋ ଲୁକକୁ ନେଇ ଯୁବପିଢିଙ୍କ ବଢୁଛି କ୍ରେଜ । ପୁରୁୁଣା ଦିନର ଫଟୋର ଆକର୍ଶଣ ବଡିଛି ।
କିଛି ଦିନ ହେବ AI ଟୁଲ୍ ମାଧ୍ୟମରେ ନିଜର ଫଟୋକୁ ଭିନ୍ନ ଭିନ୍ନ ଷ୍ଟାଇଲ୍ରେ ପରିବର୍ତ୍ତନ କରିବାର ଟ୍ରେଣ୍ଡ ଦେଖିବାକୁ ମିଳିଥିଲା। ବିଶେଷକରି ଜେମିନି ଭଳି AI ଟୁଲ୍ ବ୍ୟବହାର କରି ଫଟୋକୁ ନୂଆ ରୂପ ଦେବା ପରେ ଏବେ ‘ରେଟ୍ରୋ’ ଷ୍ଟାଇଲ୍ ଚର୍ଚ୍ଚାରେ ରହିଛି। ଲୋକେ ନିଜର ବର୍ତ୍ତମାନର ଫଟୋକୁ ୧୯୮୦ ଦଶକର ଫଟୋ ଭଳି ଦେଖାଇବାକୁ ପସନ୍ଦ କରୁଛନ୍ତି।
ରେଟ୍ରୋ ଫଟୋରେ ସେହି ସମୟର ପୋଷାକ, ହେୟାର ଷ୍ଟାଇଲ୍, ଫଟୋର ରଙ୍ଗ, ପୁରୁଣା କ୍ୟାମେରାର ଟେକ୍ସଚର ଏବଂ ଫିଲ୍ମ କ୍ୟାମେରାର ଭାବ ଦେଖିବାକୁ ମିଳୁଛି। ଫଳରେ ଆଜିର ପିଢ଼ି ନିଜକୁ ଏକ ଦଶନ୍ଧି ପୁରୁଣା ଦୁନିଆରେ ଦେଖିବାର ସୁଯୋଗ ପାଉଛି। କେବଳ ଯୁବପିଢ଼ି ନୁହେଁ, ପୁରୁଣା ଦିନର ସ୍ମୃତି ସହ ଜଡ଼ିତ ଲୋକଙ୍କ ପାଇଁ ମଧ୍ୟ ଏହି ଟ୍ରେଣ୍ଡ ନଷ୍ଟାଲଜିଆ ସୃଷ୍ଟି କରୁଛି।