ଦୁଲୀପ ଟ୍ରଫି ଫାଇନାଲରେ ଇଷ୍ଟ ଜୋନ୍ର ଦମଦାର ପ୍ରଦର୍ଶନ

ଦୁଲୀପ ଟ୍ରଫି ଫାଇନାଲରେ ଇଷ୍ଟ ଜୋନ୍‌ର ଦମଦାର ପ୍ରଦର୍ଶନ। ସାଉଥ୍ ଜୋନ୍‌ ବିପକ୍ଷ ଫାଇନାଲ୍ ମୁକାବିଲା ଡ୍ର’ରେ ଶେଷ ହୋଇଥିଲେ ମଧ୍ୟ ପ୍ରଥମ ଇନିଂସରେ ବିଶାଳ ଅଗ୍ରଣୀ ହାସଲ କରିଥିବାରୁ ଇଷ୍ଟ ଜୋନ୍‌କୁ ଚାମ୍ପିଅନ୍ ଘୋଷଣା କରାଯାଇଛି। ଏହି ବିଜୟର ହିରୋ ସାଜିଛନ୍ତି ଇଷ୍ଟ ଜୋନ୍‌ର ଅଧିନାୟକ ଇଶାନ କିଶନ। ବ୍ୟାଟ୍‌ରେ ଧମାକାଦାର ଦ୍ୱିଶତକ ହାସଲ କରିବା ସହ ଅଧିନାୟକ ଭାବେ ମଧ୍ୟ ଇଶାନ ନେଇଥିଲେ ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି।

East Zone wins Duleep Trophy after 13 years - The Hindu

ଫାଇନାଲରେ ପ୍ରଥମେ ବ୍ୟାଟିଂ କରି ଇଷ୍ଟ ଜୋନ୍‌ ୭୦୮ ରନ୍‌ର ବିଶାଳ ସ୍କୋର କରିଥିଲା। ଏହି ବଡ଼ ସ୍କୋରରେ ଇଶାନ କିଶନଙ୍କ ଯୋଗଦାନ ଥିଲା ସବୁଠାରୁ ଚର୍ଚ୍ଚିତ। ଇଶାନ ଖେଳିଥିଲେ ୨୭୦ ରନ୍‌ର ବିସ୍ଫୋରକ ଇନିଂସ। ୭୦୮ ରନ୍‌ର ଜବାବରେ ସାଉଥ୍ ଜୋନ୍‌ର ବ୍ୟାଟିଂ ଲାଇନ୍‌ଅପ୍ ଫେଲ୍ ମାରିଥିଲା। ପୂରା ଦଳ ମାତ୍ର ୩୩୬ ରନ୍‌ରେ ଅଲ୍‌ଆଉଟ୍ ହୋଇଥିଲା। ଫଳରେ ଇଷ୍ଟ ଜୋନ୍‌କୁ ମିଳିଥିଲା ବିଶାଳ ପ୍ରଥମ ଇନିଂସ ଅଗ୍ରଣୀ।

May be an image of text that says 'DULEEP TROPHY CHAMPIONS EAST ZONE BCCI.TV #DULEEPTROPHY'

ଅଧିନାୟକ ଇଶାନ କିଶନଙ୍କ ପାଖରେ ସାଉଥ୍ ଜୋନ୍‌କୁ ଫଲୋଅନ୍ ଦେବାର ସୁଯୋଗ ଥିଲା। କିନ୍ତୁ ଇଶାନ ଫଲୋଅନ୍ ନଦେଇ ନିଜ ଦଳକୁ ପୁଣିଥରେ ବ୍ୟାଟିଂ କରାଇବାର ନିଷ୍ପତ୍ତି ନେଇଥିଲେ। ଦ୍ୱିତୀୟ ଇନିଂସରେ ଇଷ୍ଟ ଜୋନ୍‌ ୭ ୱିକେଟ୍‌ ହରାଇ ୩୮୮ ରନ୍‌ କରିବା ପରେ ମ୍ୟାଚ୍‌କୁ ଡ୍ର’ ଘୋଷଣା କରାଯାଇଥିଲା। ତେବେ ପ୍ରଥମ ଇନିଂସରେ ମିଳିଥିବା ବିଶାଳ ଅଗ୍ରଣୀ ହିଁ ଇଷ୍ଟ ଜୋନ୍‌କୁ ଦେଇଥିଲା ଚାମ୍ପିଅନ୍‌ର ମୁକୁଟ। ଅର୍ଥାତ୍ ମ୍ୟାଚ୍‌ ଡ୍ର’, କିନ୍ତୁ ଟ୍ରଫି ଇଷ୍ଟ ଜୋନ୍‌ର। ଆଉ ଏହି ସଫଳତାରେ ଇଶାନ କିଶନଙ୍କ ୨୭୦ ରନ୍‌ର ଧମାକାଦାର ଇନିଂସ ଏବଂ ତାଙ୍କ ଅଧିନାୟକତ୍ୱ ରହିଛି ବଡ଼ ଭୂମିକା।