ଜେଲରେ ମହିଳା ବନ୍ଦୀଙ୍କୁ ଯୌନ ଉତ୍ପପୀଡନ

(ରିପୋର୍ଟରସ୍ ଟୁଡେ) ଭୁବନେଶ୍ୱର: ବିହାର, ମୁଜାଫରପୁରର ସହିଦ ଖୁଦିରାମ ବୋଷ କେନ୍ଦ୍ରୀୟ ଜେଲ ସୁପରିଣ୍ଟେଣ୍ଡେଣ୍ଟ ରାଜୀବ କୁମାର ସିଂହ, ଜଣେ ମହିଳା ପୁଲିସ କର୍ମଚାରୀ ଓ କିଛି ବନ୍ଦୀ ଜେଲ ଭିତରେ ଜଣେ ମହିଳା ବନ୍ଦୀ ଓ ତାଙ୍କ ଝିଅକୁ ଯୌନ ନିର୍ଯାତନା ଦେଉଥିବା ଅଭିଯୋଗ କରିଛନ୍ତି । ଏସମ୍ପର୍କରେ ଜେଲ କର୍ତ୍ତୃପକ୍ଷ ପ୍ରଧାନମନ୍ତ୍ରୀ ଅଫିସ, ଜାତୀୟ ମହିଳ କମିଶନ ଓ ବିହାର ମୁଖ୍ୟମନ୍ତ୍ରୀଙ୍କୁ ଜଣାଇଛନ୍ତି । ଏହାପରେ ପିଏମଓ ଏହି ଘଟଣାର ତଦନ୍ତ ନର୍ଦ୍ଦେଶ ଦେଇଛନ୍ତି । ତଦନ୍ତ ପାଇଁ ଜିଲ୍ଲା ପ୍ରଶାସନ ଏକ ପାଞ୍ଚ ଜଣିଆ ତଦନ୍ତକାରୀ ଦଳ ପ୍ରସ୍ତୁତ କରିଛି ।