ମୋଦିଙ୍କ ସମ୍ବୋଧନ: ସଙ୍କଟ ସମୟରେ ପଛଘୁଞ୍ଚା ଉଚିତ୍ ନୁହେଁ’

ସାରା ବିଶ୍ୱରେ ବଢି ଚାଲିଛି ଅଶାନ୍ତି । ଏହାର ପ୍ରଭାବ ସପ୍ଲାଏ ଚେନ ଉପରେ ପଡିଛି। ସଙ୍କଟ ସମୟରେ ପଛଘୁଞ୍ଚା ଦେବା ଉଚିତ୍ ନୁହେଁ।  ବ୍ରିକ୍ସ ସମ୍ମିଳନୀର ଉଦଯାପନୀ ଦିବସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏପରି କହିଛନ୍ତି। ସେ କହିଛନ୍ତି,  ଯୁଦ୍ଧ ସହ ଅସ୍ଥିରତା ବଢୁଥିବାରୁ ଚିନ୍ତାରେ ରହୁଛନ୍ତି ବିଶ୍ୱବାସୀ। ବିକାଶ ଓ ପର୍ଯ୍ୟାବରଣ ମଧ୍ୟରେ ସମାନତା ରହିବା ଦରକାର। ସଙ୍କଟ ସମୟରେ ଏକାଠି ହେବାକୁ ଆହ୍ୱାନ ଦେଇଛନ୍ତି ମୋଦି। ସେହିପରି  ନାଗରିକ ଓ ସଂଗଠନ ବ୍ରିକ୍ସ ସହ ଯୋଡ଼ି ହେବାର ଆବଶ୍ୟକତା ଅଛି ବୋଲି କହିଛନ୍ତି ମୋଦି।

ବ୍ରିକ୍ସରେ ଗ୍ଲୋବାଲ୍ ସାଉଥ୍ ରାଷ୍ଟ୍ରର ପ୍ରଭାବ ବଢି ଯାଇଛି। ବିବିଧତା ମଧ୍ୟରେ ଏକତା ହିଁ ଆମର ପରିଚୟ ବୋଲି ମୋଦି ମତ ପ୍ରକାଶ କରିଛନ୍ତି। ମହାମାରୀ ଓ ଜଳବାୟୁ ପରିବର୍ତ୍ତନର ପ୍ରଭାବ ପଡୁଛି। ସୁସ୍ଥ ଜୀବନ ଶୈଳୀ ପାଇଁ ସ୍ୱଚ୍ଛ ବାୟୁର ଆବଶ୍ୟକତା ଅଛି। ପ୍ରତିଟି ଆହ୍ୱାନକୁ ସାମ୍ନା କରିବା ସାହାସ ରହିବା ଉଚିତ୍ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ।