ନିଜ ବୟସଠୁ ଅଧିକ ବୟସର ମହିଳାଙ୍କୁ ଭଲ ପାଉଥିଲେ। ରାଜି ନ ହେବାରୁ ୩୮ ବର୍ଷୀୟ ମହିଳାଙ୍କୁ ଗୋଡ଼ାଇ ଗୋଡ଼ାଇ ଗୁଳି କରି ହତ୍ୟା କରିଛନ୍ତି ଜଣେ ୨୨ ବର୍ଷୀୟ ଯୁବକ। ଯୁବକ ଜଣଙ୍କ ମହିଳାଙ୍କୁ ଏକତରଫା ଭଲ ପାଉଥିଲେ। ଏଥିସହ ତାଙ୍କୁ ବାହା ହେବାକୁ ଚାହୁଁଥିଲେ। ମହିଳା ଜଣଙ୍କ ଏଥିରେ ରାଜି ନ ହେବାରୁ ଯୁବକ ଜଣଙ୍କ ତାଙ୍କୁ କାଲିଫର୍ଣ୍ଣିଆର ସାକ୍ରାମେଣ୍ଟୋ ସ୍ଥିତ ଗୋଟିଏ ରେଷ୍ଟୁରାଣ୍ଟ ବାହାରେ ଗୁଳି ମାରି ହତ୍ୟା କରିଛନ୍ତି। ମହିଳାଙ୍କୁ ମାରିବା ପରେ ଯୁବକ ଜଣଙ୍କ ମଧ୍ୟ ପୁଲିସ୍ର ନାକାବନ୍ଦୀ ଯୋଗୁ ନିଜକୁ ମଧ୍ୟ ଗୁଳି କରି ଦେଇଛନ୍ତି। ଶାଳିନୀ ଠାକୁରଙ୍କୁ ଭଲ ପାଉଥିଲା ୨୨ ବର୍ଷୀୟ ରୋହିତ। ଏକତରଫା ପ୍ରେମ କରିବା ସହ ସେ ମାସାଧିକ କାଳ ତାଙ୍କ ପିଛା ମଧ୍ୟ କରୁଥିଲେ। ହେଲେ ରୋହିତଙ୍କ ପ୍ରେମ ନିବେଦନକୁ ଗ୍ରହଣ କରି ନଥିଲେ ଶାଳିନୀ। ଏହା ରୋହିତଙ୍କୁ ବେଶ ବାଧିଥିଲା। ପରେ ତାଙ୍କୁ ଗୁଳିମାଡ଼ କରିଥିବା ଜଣାଯାଇଛି।
ପୋଲିସ ଶାଳିନୀକୁ ହସ୍ପିଟାଲ ନେଇଥିଲେ ହେଁ ସେଠାରେ ତାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ପୁଲିସ ଘଟଣା ସ୍ଥଳରେ ଉପସ୍ଥିତ ଥିବା ଲୋକଙ୍କ ତଥ୍ୟ ଆଧାରରେ ରୋହିତଙ୍କ ଗାଡ଼ିକୁ ଟ୍ରାକ କରିଥିଲା। ତୁରନ୍ତ ଗାଡ଼ିର ଶେଷ ଲୋକେସନ ମଧ୍ୟ ମିଳିଥିଲା। କାର୍ଟି ଜାତୀୟ ରାଜପଥ ୫୦ରେ ଥିବା ଜଣାପଡ଼ିବା ପରେ ପୁଲିସ୍ ନାକାବନ୍ଦୀ କରିଥିଲା। ପୁଲିସ୍କୁ ଦେଖି ରୋହିତ ବ୍ରେକ ଲଗାଇ ରାସ୍ତା ମଝିରେ ଅଟକି ଯାଇଥିଲେ। ହେଲେ ପୁଲିସ୍ ତାଙ୍କ ଗାଡ଼ି ପାଖରେ ପହଞ୍ଚିଲା ବେଳକୁ ସବୁ କିଛି ଶେଷ ହୋଇ ଯାଇଥିଲା। କାରଣ ଡ୍ରାଇଭ ସିଟରେ ଥିବା ରୋହିତ ପୁଲିସ୍କୁ ଦେଖି ନିଜକୁ ନିଜେ ଗୁଳି କରି ଦେଇଥିଲେ। ପୁଲିସ୍ ତାଙ୍କୁ ଗାଡ଼ି ଭିତରୁ ମୃତ ଅବସ୍ଥାରେ ଉଦ୍ଧାର କରିଥିଲା। ପୁଲିସ୍ ଭୟରେ ରୋହିତ ଆତ୍ମହତ୍ୟା କରିଥିବା କୁହାଯାଉଛି।