ପବିତ୍ର ଗଣେଶ ଚତୁର୍ଥୀ ପାଳିତ

ଆଜି ହେଉଛି ପବିତ୍ର ଗଣେଶ ଚତୁର୍ଥୀ । ଭଗବାନ୍ ଗଣେଶଙ୍କ ଜନ୍ମ ଉତ୍ସବ ଓଡ଼ିଶା ସହ ସାରା ଭାରତରେ ପାଳିତ ହେଉଛି । ଏହା ହେଉଛି ହିନ୍ଦୁ ଧର୍ମର ଏକ ପ୍ରମୁଖ ପର୍ବ । ଏହି ଦିନ ବିଦ୍ୟା ଓ ବୁଦ୍ଧିର ଦେବତା ପ୍ରଭୁ ଶ୍ରୀ ଗଜାନନଙ୍କୁ ଶ୍ରଦ୍ଧାର ସହ ପୂଜାର୍ଚ୍ଚନା କରାଯାଏ । ଛୋଟ ପିଲାମାନେ ଏହି ଦିନ ‘ଖଡ଼ି ଛୁଆଁଇ’ ସେମାନଙ୍କର ପାଠପଢ଼ା ଆରମ୍ଭ କରିଥାନ୍ତି । ବିଶେଷ କରି ଛାତ୍ରଛାତ୍ରୀ ମାନେ ନିଜର ବିଦ୍ୟାବୁଦ୍ଧି ବର୍ଦ୍ଧନ ପାଇଁ ଶ୍ରୀ ଗଣେଶଙ୍କ ଆରାଧନା କରିଥାନ୍ତି, ଏମିତି ପ୍ରତି ଶିକ୍ଷନୁଷ୍ଠାନ ଗୁଡିକରେ ଗଣପତିଙ୍କ ପୂଜା ବେଶ ଆଡମ୍ବର ସହକାରର ଅନୁଷ୍ଠିତ ହୋଇଥାଏ ।ତେବେ ଗଣେଶ ଙ୍କ ଆରାଧନା କରିବା ଦ୍ୱାରା ବିଦ୍ୟା , ବୁଦ୍ଧି ଓ ଜ୍ଞାନ ର ବୃଦ୍ଧି ହୋଇଥାଏ ।