ଏସିଆନ ଗେମ୍ସ ରୁ ବାଦ ପଡିଲେ ବରୁଣ ଚକ୍ରବର୍ତ୍ତୀ ।
ବିପ୍ରଜ ନିଗମ ଙ୍କୁ ମିଳିଲା ସୁଯୋଗ ।
ଏସିଆନ ଗେମ ୨୦୨୬ ପାଇଁ ଟିମ ଇଣ୍ଡିଆ ରେ ବଡ ପରିବର୍ତ୍ତନ । ଟିମ ଇଣ୍ଡିଆ ର ସ୍ପିନର ବରୁଣ ଚକ୍ରବର୍ତ୍ତୀ ଏସିଆନ ଗେମ୍ସ ରୁ ବାଦ ପଡିଛନ୍ତି । ତେବେ ବରୁଣ ଆଫଗାନିସ୍ତାନ ବିପକ୍ଷ ଟି ୨୦ ସିରିଜ ସମୟରେ ଆହତ ହୋଇଥିଲେ ଏବଂ ଏବେ ସେ ଆଫଗାନିସ୍ତାନ ବିପକ୍ଷ ସିରିଜ ସହ ଏସିଆନ ଗେମ୍ସ ରୁ ମଧ୍ୟ ବାଦ ପଡିଛନ୍ତି ।ତେଣୁ ଏବେ ବରୁଣ ଙ୍କ ଜାଗାରେ ବିପ୍ରଜ ନିଗମ ଙ୍କୁ ମିଳିଛି ସୁଯୋଗ । ତେବେ ବିପ୍ରଜ ନିଗମ ଜଣେ ଡାହାଣ ହାତୀ ସ୍ପିନର ସହ ଭଲ ବ୍ୟାଟର ମଧ୍ୟ । ଶ୍ରୀଲଙ୍କା ବିପକ୍ଷରେ ଭଲ ପ୍ରଦର୍ଶନ କରିଥିଲେ ବିପ୍ରଜ । ଏହାଛଡା ୟୁପି ଟି୨୦ ଲିଗରେ ବିପ୍ରଜ କମାଲ କରିଥିଲେ । ଆଇପିଏଲରେ ଭଲ ବୋଲିଂ ଏବଂ ବ୍ୟାଟିଂ କରିଥିଲେ । ବରୁଣ ଚକ୍ରବର୍ତ୍ତୀଙ୍କ ସ୍ଥାନରେ ସୁଯୋଗ ମିଳିଛି ।ବିସିସିଆଇ ସେଣ୍ଟର ଅଫ୍ ଏକ୍ସଲେନ୍ସ (COE ) ଏବଂ ଘରୋଇ କ୍ରିକେଟରେ ନିଜର ଫିଟନେସ୍ ପ୍ରମାଣ କରିବା ପରେ ହିଁ ତାଙ୍କୁ ଆଫଗାନିସ୍ତାନ ସିରିଜ୍ ପାଇଁ ଚୟନ କରାଯାଇଥିଲା । ଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମରେ ଖେଳାଯାଇଥିବା ପ୍ରଥମ ମ୍ୟାଚରେ ସେ ୪ ଓଭରରେ ମାତ୍ର ୧୬ ରନ୍ ଦେଇ ୧ ୱିକେଟ୍ ନେଇ ଆହତ ହୋଇଥିଲେ । ଆହତ ହେବା ପରେ ସିରିଜରୁ ବାଦ୍ ପଡ଼ିଥିଲେ ବରୁଣ । ଏସିଆନ ଗେମ୍ସ ପାଇଁ ଟିମ ଇଣ୍ଡିଆ , ଟିମ ର ମେମ୍ବର :ଇସନ କିସାନ , ଅଭିଷେକ ଶର୍ମା , ସଂଜୁ ଶାମ୍ସନ , ଶିବମ ଦୁବେ , ନୀତିଶ କୁମାର ରେଡି , ଅକ୍ଷର ପଟେଲ ,ୱାଂଶିଟନ ସୁନ୍ଦର, ବିପ୍ରଜ ନିଗମ, ରବି ବିଷ୍ଣୋଇ, ଜସପ୍ରୀତ ବୁମରା, ୟଶ ଠାକୁର, ଅର୍ଶଦୀପ ସିଂହ ଏବଂ ବୈଭବ ସୂର୍ଯ୍ୟବଂଶୀ ।