ପାର୍କିଂ ସ୍ଥାନରେ ଖସିଲା ହେଲିକପ୍ଟର। ଦୁର୍ଘଟଣାରେ ଚାଲିଗଲା ୩ ଜୀବନ। ଦୁର୍ଘଟଣାରେ ଆମେରିକାର ଲସ୍ ଆଞ୍ଜେଲସ୍ର ଏକ ପାର୍କିଂ ସ୍ଥାନରେ ବହୁ କ୍ଷୟକ୍ଷତି ଘଟିଛି। ସେମାନଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଲସ୍ ଆଞ୍ଜେଲସ୍ ଅଗ୍ନିଶମ ବିଭାଗର ମୁଖପାତ୍ର କ୍ୟାପ୍ଟେନ୍ ବ୍ରାଣ୍ଡନ୍ ସିଲଭରମ୍ୟାନଙ୍କ ସୂଚନା ଅନୁଯାୟୀ,ହଠାତ୍ ହେଲିକପ୍ଟରଟି ଏକ ବଡ଼ କୋଠାର ପାର୍କିଂ ସ୍ଥାନରେ ଦୁର୍ଘଟଣାଗ୍ରସ୍ତ ହୋଇ ଖସି ପଡ଼ିଥିଲା। ଫଳରେ ପାର୍କିଂ ଥିବା ଗାଡ଼ି ଗୁଡ଼ିକ ଭାଙ୍ଗିରୁଜି ନଷ୍ଟ ହୋଇଯାଇଥିଲା। ଏଥିସହ ପାର୍କିଂ ସ୍ଥାନରେ ରଖାଯାଇଥିବା ୪ଟି ଗାଡ଼ି ଏବଂ ଦ କଣ୍ଟେନରରେ ନିଆଁ ଲାଗିଯାଇଥିଲା।
ପାର୍କିଂ ରେ ଖସିବା ପରେ ହେଲିକପ୍ଟରଟି ସମ୍ପୂର୍ଣ୍ଣ ଜଳିଯାଇଛି। ଦୁର୍ଘଟଣା ସମୟରେ ହେଲିକପ୍ଟର ଭିତରେ କେତେ ଲୋକ ଥିଲେ ତାହା ଜଣା ପଡ଼ିନାହିଁ। ୫୦ ରୁ ଅଧିକ ଅଗ୍ନିଶମ କର୍ମଚାରୀ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି। ଦୁର୍ଘଟଣାର କାରଣ ଜଣା ପଡ଼ି ନଥିବା ବେଳେ ଜାତୀୟ ପରିବହନ ସୁରକ୍ଷା ବୋର୍ଡ ଏବଂ ଫେଡେରାଲ ଏଭିଏସନ୍ ପ୍ରଶାସନ ତଦନ୍ତ ଆରମ୍ଭ କରିଛନ୍ତି।