ଦିଗପହଣ୍ଡି ଥାନା ସିଦ୍ଧିଖଣ୍ଡିରେ ଅଘଟଣ

ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଥାନା ସିଦ୍ଧିଖଣ୍ଡିରେ ଅଘଟଣ। ଗଜାନନଙ୍କ ମୂର୍ତ୍ତି ବିସର୍ଜନ ପାଇଁ ଯାଇଥିବା ୮ମ ଶ୍ରେଣୀ ଛାତ୍ର ପୋଖରୀ ବୁଡ଼ି ମୃତୁ। ଦିଗପହଣ୍ଡି ମେଡ଼ିକାଲ୍ ରେ ମୃତ ଘୋଷଣା କଲେ ଡାକ୍ତର। ଖବର ଅନୁଯାୟୀ ଦିଗପହଣ୍ଡି ବ୍ଲକ କୋଟିନଡ୍ଡା ପଞ୍ଚାୟତ ସିଦ୍ଧିଖଣ୍ଡି କିଛି ଟିଉସନ୍ ଛାତ୍ର ଗାଁ ପୋଖରୀ କୁ ଗଜାନନ ଙ୍କ ମୂର୍ତ୍ତି ବିସର୍ଜନ ପାଇଁ ଯାଇଥିଲେ। ମୋରମ ଜେନା ଙ୍କ ପୁଅ ସୀତାଂଶୁ ଜେନା ମଧ୍ଯ ପୋଖରୀ କୁ ବିସର୍ଜନ ପାଇଁ ଯାଇଥିଲେ ସେଠାରେ ଗଭୀର ପାଣି ଥିବାରୁ ବୁଡ଼ି ଯାଇଥିଲେ। ପାରିବାର ଲୋକ ବହୁ ଖୋଜା ଖୋଜି ପରେ ଜାଣିବାକୁ ପାଇ ଉଦ୍ଧାର କରି ଦିଗପହଣ୍ଡି ମେଡ଼ିକାଲ୍ ଭର୍ତ୍ତି କରିଥିଲେ ଡାକ୍ତର ମୃତୁ ଘୋଷଣା କରିଛନ୍ତି ।