ସକାଳୁ ସକାଳୁ ଭୂକମ୍ପ ଅନୁଭୂତ

ଇଣ୍ଡୋନେସିଆ ରେ ଭୂକମ୍ପ ଝଟକା ।ତେବେ ଲଗାତାର ଦ୍ଵିତୀୟ ଦିନରେ ଭୂକମ୍ପ ର ଝଟକା ଅନୁଭୂତ ହୋଇଛି ।ଜର୍ମାନ ରିସର୍ଚ୍ଚ ଫୋର ଜିଓ ସାଇନେନ୍ସ (GFZ)  ଅନୁସାରେ ଭୁକମ୍ପରେ ଗଭୀରତା ପ୍ରାୟ୩୭୬  କିମି ରହିଥିଲା ।ତେବେ ଜାଭା ଦ୍ୱୀପ ରେ ଶନିବାର ୬ .୨ ତୀବ୍ରତାର ଏକ ଶକ୍ତିଶାଳୀ ଭୂକମ୍ପ ହୋଇଛି ।ତେବେ  ବିଶେଷଜ୍ଞ ଙ୍କ ଅନୁସାରେ ଏହା ଏକ ଡୀପ-ଫୋକସ ଭୂକମ୍ପ ଥିଲା ।ତେବେ ଏପର୍ଯ୍ୟନ୍ତଭୂକଂପ ଯୋଗୁଁ କୌଣସି ଜୀବନ ହାନି କିମ୍ବା କୌଣସି ବଡ ଧାରଣା ର କ୍ଷୟ କ୍ଷତି ହେବାର ସୂଚନା ମିଳିନାହିଁ ।ତେବେ କହିବାକୁ ଗଲେ ଏହାର ଗୋଟିଏ ଦିନ ଆଗରୁ ଅର୍ଥାତ ଶୁକ୍ରବାର ମଧ୍ୟ ଇଣ୍ଡୋନେସିଆ ରେ ଭୂକମ୍ପ ଅନୁଭୂତ ହୋଇଥିଲା ।ମାଲକୁ  ଦ୍ଵୀପ ନିକଟସ୍ଥ ବାଣ୍ଡା ସାଗର ଅଂଚଳରେ ୬. ୨ ତୀବ୍ରତାର ଭୂକମ୍ପ ଅନୁଭୂତ ହୋଇଥିଲା ତେବେ ଏହି ଭୂକମ୍ପ ର ଗଭୀରତା ପ୍ରାୟ ୧୪୩ କିଲୋମିଟର ରହିଥିଲା ।