ରୋଷେଇ ପାଇଁ କେଉଁ ତେଲ ଭଲ

ଭାରତୀୟ ରୋଶେଇରେ ଭିନ୍ନ ପ୍ରକାର ତେଲ ବ୍ୟବହାର କରାଯାଏ । ଶୋରିଷ ଚିନାବାଦାମ ,ସୂର୍ଯ୍ୟମୁଖୀ ରାଇଶ ବ୍ରାଣ୍ଡର ତେଲ ବ୍ୟବହାର କରାଯାଏ । ଦୌନନ୍ଦିନ ଜୀବନରେ କେଉଁ ତେଲ ଭଲ କେଉଁ ତେଲ ଖରାପଚ କହିହେବ ନାହିଁ । ତେଳର ପ୍ରକାର ସହ ଏହାର ପରିମାଣ ବ୍ୟବହାର ପ୍ରଣାଳୀ ମଧ୍ୟ ଗୁରୁତ୍ୱପୂର୍ଣ୍ଣ । ଚିନାବାଦାମ ତେଲରେ ମୁଖ୍ୟତ ଭିଟାମିନ ଇ ଥାଏ , ଯାହା ଆଣ୍ଟିଅକ୍ସିଡାଣ୍ଟ ଭାବେ କାମ କରେ । ସ୍ୱତନ୍ତ୍ର ସ୍ୱାଦ ଥିବାରୁ ତରକାରୀ, ଭଜା, ଭାଜିବା ଓ ହାଲୁକା ଫ୍ରାଏ କରିବା ପାଇଁ ଏହା ବ୍ୟବହାର କରାଯାଏ।

ସୂର୍ଯ୍ୟମୁଖୀ ତେଲରେ ଭିଟାମିନ ଭଲ ପରିମାଣରେ ରହିଥାଏ। ତେବେ ସୂର୍ୟ୍ୟମୁଖୀ ତେଲର ପ୍ରକାର ଅନୁସାରେ ଏହାର ଫ୍ୟାଟି ଏସିଡ୍‌ ପ୍ରୋଫାଇଲ୍‌ ଭିନ୍ନ ହୋଇପାରେ। ବିଶେଷକରି ହାଇ-ଓଲେଇକ୍‌ ସୂର୍ୟ୍ୟମୁଖୀ ତେଲରେ ମୋନୋଅନସାଚୁରେଟେଡ୍‌ ଫ୍ୟାଟ୍‌ ଅଧିକ ଥାଇପାରେ। ତେଣୁ କେବଳ ‘ସୂର୍ୟ୍ୟମୁଖୀ ତେଲ’ ଲେଖା ଦେଖି ନୁହେଁ, କିଣିବା ସମୟରେ ଲେବଲ୍‌ରେ ଥିବା ଫ୍ୟାଟି ଏସିଡ୍‌ ପ୍ରୋଫାଇଲ୍‌ ମଧ୍ୟ ଦେଖିବା ଭଲ।
ଖାଇବାରେ ଶୋରିଷ ତେଲ ବ୍ୟାବହାର କରିବା ବହୁତ ଭଲ ହୋଇଥାଏ କାରଣ । ଏହା ଅଧିକ ମାତ୍ରାରେ ରିଫାଇନ ହୋଇ ନଥାଏ ତେଣୁ ଏହାକୁ ଦୌନନ୍ଦିନ ଜୀବନରେ ଅଧିକ ପରିମାଣରେ ବ୍ୟବହାର କରାଯାଏ ।