ଆପଣ ଶୀଘ୍ର ଓଜନ କମ କରିବାକୁ ଚାହୁଁଛନ୍ତି ? ତେବେ ଖାଲି ପେଟରେ ଫୋଲୋ କରନ୍ତୁ ଏହି ସବୁ ଡ୍ରିଙ୍କ ଯାହା ଆପଣଙ୍କ ଶରୀରକୁ ଲାଭଦାୟକ ହେଇଇପାରେ । ଏହି ସବୁ ଡ୍ରିଙ୍କ କେବଳ ମେଟାବୋଲିଜିମକୁ କମ କରେ ନାହିଁ ବରଂ ଦିନସାରା ଯେଉଁ କ୍ଲାନ୍ତି ଥାଏ ତାହାକୁ କମ୍ ରଖେ । ଆସନ୍ତୁ ଜାଣିବା କେଉଁ ସବୁ ଡ୍ରିଙ୍କ ଦ୍ୱାରା ୱେଟ୍ ଲସ କରିବାକୁ ସହଜ ହୋଇଥାଏ ।
ପାନମଧୁରୀ ପାଣି ପିଅନ୍ତୁ ଏହା ଦ୍ୱରା ଆପଣଙ୍କ ୱେଟଲସ ସହଜ ହୋଇଥାଏ ହଜମ ମଧ୍ୟ ଭଲ ହୋଇଥାଏ ।ପାନମଧୁରୀ ପାଣି ତିଆରି କରିବା ପାଇଁ ୧ ଚାମଚ ପାନମଧୁରୀକୁ ୧ କପ୍ ପାଣିରେ ୩ ରୁ ୫ ମିନିଟ୍ ପାଇଁ ଫୁଟାନ୍ତୁ । ତାପରେ ଏହାକୁ ପିଅନ୍ତୁ ।
ଜୁଆଣୀ ଏବଂ ଜିରା ହେୁଉଛି ଏଭଳି ମସଲା ଯାହା ୱେଟ ଲସ୍ ବହୁତ ଲାଭଦାୟକ । ଏକ ଗ୍ଲାସ୍ ପାଣିରେ ଅଧା ଚାମଚ ଜୁଆଣି ଏବଂ ଅଧା ଚାମଚ ଜିରା ପକାଇ ରାତିସାରା ଭିଜାଇ ରଖନ୍ତୁ । ସକାଳୁ ଏହି ପାଣିକୁ ୫-୭ ମିନିଟ୍ ଫୁଟାଇ ଛାଣି ଗରମ ଗରମ ପିଇ ଦିଅନ୍ତୁ । ଥାଇମୋଲରେ ଭରପୂର ଜୁଆଣି ଏବଂ ଜିରା ଗ୍ୟାସ୍ କମ୍ କରେ । ଏହା ମେଟାବୋଲିଜିମ୍ କୁ ମଧ୍ୟ ତ୍ୱରାନ୍ୱିତ କରନ୍ତି, ଯାହା ଶରୀରକୁ ଅଧିକ କ୍ୟାଲୋରୀ ବର୍ନ କରିଥାଏ ।
ଆପଲ ସାଇଡର ଭିନେଗାର ଆପଣ ପ୍ରେତ୍ୟକ ଖାଲି ପେଟରେ ଉସୁମ ପାଣି ସହ ପିଅନ୍ତୁ ଲାଭ ଦେଇଥାଏ । ଏକ ଗ୍ଲାସ ପାଣିରେ ୧ଚାମଚ ଆପଲ୍ ସାଇଡର୍ ଭିନେଗାର ଏବଂ ଏକ ଚାମଚ ଡାଲଚିନି ମିଶାଇ ପିଅନ୍ତୁ। ଏହା ଫ୍ୟାଟ ବର୍ନ କରିବା ଏବଂ ଭୋକ ନିୟନ୍ତ୍ରଣ କରିବାରେ ସହାୟକ ହୋଇଥାଏ ।
ହଳଦୀ ଆମ ଇମୁ୍ୟନିଟି ବୁଷ୍ଟ କରିବାରେ ସାହାଯ୍ୟ କରେ । ତେଣୁ ୧କପ ପାଣି ଅଧା ଚାମଚ ହଳଦୀ ମିଶାନ୍ତୁ ୫ରୁ ୭ ମିନିଟ ଫୁଟାନ୍ତୁ ତାପରେ ଉସୁମ ହେଲାପରେ ପିଅନ୍ତୁ ।