ବର୍ଷା ଦିନରେ କେବଳ ତ୍ୱଚା ନୁହେଁ , କେଶର ଯତ୍ନ ନେବା ଜରୁରୀ । ଏହି ସମୟରେ ଅଧିକ ଆଦ୍ରତା କାରଣରୁ ତେଲିଆପଣ, ମଇଳା ଏବଂ ରୂପି ଭଳି ସମସ୍ୟା ଦେଖାଯାଏ । ବର୍ଷାରେ ଭିଜିବା ଦ୍ୱାରା ମଧ୍ୟ କେଶ ଖରାପ ହୋଇଥାଏ । ଫଳରେ କେଶ ଦୁର୍ବଳ ହୋଇଯାଏ ଏବଂ ବହୁ ମାତ୍ରାରେ ଝଡିବା ଆରମ୍ଭ କରେ ଏହି ସମୟରେ ଜାଣନ୍ତୁ କଣ କରିବେ ।
ବର୍ଷାରେ କେଶ ଭିଜିଗଲେ ଶୀଘ୍ର ସଫା ପାଣିରେ ଧୋଇ ଭଲଭାବେ ଶୁଖାନ୍ତୁ।
ମୁଣ୍ଡର ଚର୍ମ ସଫା ରଖନ୍ତୁ ଏବଂ ହାଲୁକା ଶ୍ୟାମ୍ପୁ ବ୍ୟବହାର କରନ୍ତୁ।
ଭିଜା କେଶକୁ ଜୋରରେ କୁଣ୍ଡାନ୍ତୁ ନାହିଁ, କାରଣ ଏହି ସମୟରେ କେଶ ସହଜରେ ଭାଙ୍ଗିପାରେ।
କେଶକୁ ହାଲୁକା ଭାବେ ତେଲ ମାସାଜ୍ କରିପାରିବେ।
ପୋଷ୍ଟିକ ଖାଦ୍ୟ, ପ୍ରୋଟିନ୍, ଫଳ ଓ ସବୁଜ ପନିପରିବା ଖାନ୍ତୁ।
ପର୍ୟ୍ୟାପ୍ତ ପାଣି ପିଅନ୍ତୁ ଏବଂ ଶରୀରକୁ ହାଇଡ୍ରେଟ୍ ରଖନ୍ତୁ।