ଅସରପା ଖୀର ଖାଅ ଜିମ୍ ଜିବାକୁ ପଡିବନି । ଗାଇ କ୍ଷୀରଠୁ ବି ଅଧିକ ପୃଷ୍ଟିକର ଅସରପା କ୍ଷୀର ଏହି କଥାଡି ସୁଣି ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗିଲେବି କଥାଟି ସତ । ସାଧାରଣତ ଅସରପାକୁ ଆମେ ଆମ ଘର କାନ୍ଥ କିଚେନେୀ ଦେଖିବାକୁ ଆଉ । ଅସରପାକୁ ଦେଖିଲେ ବିରକ୍ତି ଭାବ ମନରେ ଆସିଥାଏ । କ ିନ୍ତୁ ଏକ ଗବେଷଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି ।ବୈଜ୍ଞାନିକମାନଙ୍କୁ ପ୍ରସିଦ୍ଧ ୨୦୨୬ ‘ଇଗ୍ ନୋବେଲ୍’ ରସାୟନ ବିଜ୍ଞାନ ପୁରସ୍କାର ଦିଆଯାଇଛି । ଗବେଷଣାରୁ ଜଣାପଡ଼ିଛି ଯେ, ଅସରପା କ୍ଷୀରରେ ଗାଈ କ୍ଷୀର ଅପେକ୍ଷା ପ୍ରାୟ ୩ ଗୁଣ ଅଧିକ ଶକ୍ତି ଓ ପୋଷକ ତତ୍ତ୍ୱ ରହିଛି।ଡିପ୍ଲୋପ୍ଟେରା ପଙ୍କଟାଟା’ ନାମକ ଏକ ବିଶେଷ ପ୍ରଜାତିର ଅସରପା ଅଛି ଯାହା ଅଣ୍ଡା ଦେବା ପରିବର୍ତ୍ତେ ଛୁଆ ଜନ୍ମ ଦେଇଥାଏ। ଏହି ପ୍ରଜାତିର ମା’ ଅସରପା ନିଜ ଗର୍ଭରେ ବଢ଼ୁଥିବା ଭ୍ରୂଣର ପୋଷଣ ପାଇଁ ଶରୀର ଭିତରେ ଏକ କ୍ଷୀର ଜାତୀୟ ତରଳ ପଦାର୍ଥ ତିଆରି କରିଥାଏ । ଏହି ତରଳ ପଦାର୍ଥ କ୍ଷୀର ଜାତୀୟ ତରଳ ପଦାର୍ଥ ତିଆରି କରିଥାଏ। ଗବେଷକ ଦଳ ଏକ୍ସ-ରେ କ୍ରିଷ୍ଟାଲୋଗ୍ରାଫି ଭଳି ଆଧୁନିକ ପ୍ରଯୁକ୍ତିବିଦ୍ୟା ବ୍ୟବହାର କରି ଏହି ପ୍ରୋଟିନ୍ ସ୍ଫଟିକଗୁଡ଼ିକର ପାରମାଣବିକ ଗଠନ ଅଧ୍ୟୟନ କରିଥିଲେ। ସେମାନେ ଦେଖିବାକୁ ପାଇଲେ ଯେ, ଏହି କ୍ରିଷ୍ଟାଲ୍ ଗୁଡ଼ିକରେ ପ୍ରୋଟିନ୍, ଲିପିଡ୍ , ସୁଗାର୍ ଏବଂ ଅତ୍ୟାବଶ୍ୟକୀୟ ଆମିନୋ ଏସିଡ୍ ଭରପୂର ମାତ୍ରାରେ ରହିଛି। ଗବେଷକଙ୍କ ଆକଳନ ଅନୁଯାୟୀ, ସମାନ ପରିମାଣର ଗାଈ କ୍ଷୀର ତୁଳନାରେ ଏହି ଅସରପା କ୍ଷୀର ସ୍ଫଟିକରେ ୩ ଗୁଣରୁ ଅଧିକ ଶକ୍ତି ରହିଥାଏ।