ମଦ ପିଇ ୭ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ପ୍ରାୟ ୩୦ ଜଣ ଅସୁସ୍ଥ…

ବିଷାକ୍ତ ମଦ ନେଲା ଜୀବନ ।  ଚାଲିଗଲା  ୭ ଜୀବନ । ୩୦ ଜଣ ଅସୁସ୍ଥ ହୋଇ ଜୀବନ ମରଣ ସହ କରୁଛନ୍ତି ସଂଘର୍ଷ । ଭାବନଗର ଜିଲ୍ଲାରେ ବିଷାକ୍ତ ମଦ ପିଇ ୭ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ପ୍ରାୟ ୩୦ ଜଣ ଅସୁସ୍ଥ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ଏହି ଘଟଣା ପରେ ପୁଲିସ ଓ ରାଜ୍ୟ ମନିଟରିଂ ସେଲ୍‌ର ତଦନ୍ତ ଜୋରଦାର ହୋଇଛି ।

ମଙ୍ଗଳବାର ୨୫ ବର୍ଷୀୟ ଉପେନ୍ଦ୍ରସିଂହ ଗୋହିଲଙ୍କର ଭାବନଗରର ସାର୍ ଟି ହସ୍ପିଟାଲରେ ମୃତ୍ୟୁ ପରେ ବିଷାକ୍ତ ମଦ ପିଇବା ଘଟଣା ନେଇ ସାମ୍ନାକୁ ଆସିଥିଲା। ରବିବାର ରାତିରେ ଉପେନ୍ଦ୍ରସିଂହ ତାଙ୍କ ଦୁଇ ବନ୍ଧୁଙ୍କ ସହ ମଦ ପିଇଥିଲେ । ଜଣେ ବନ୍ଧୁଙ୍କ ପୁଲିସ ଚାକିରି ହେବା ଖୁସିରେ ଏହି ପାର୍ଟି ଦେଇଥିଲେ ।ମଦ ପିଇବା ପରେ ତାଙ୍କ ଶରୀର ଅସୁସ୍ଥ ହୋଇପଡ଼ିଥିଲା ।  ତାଙ୍କୁ ଡାକ୍ତରଖାନରେ ଭର୍ତ୍ତି କରାଯାଇଥିଲା । ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା ।

୍ଣସହିପରି ବିଷାନ୍ତ ମଦ ପିଇ ଆଉ ୬ ଜଣଙ୍କ ମୃତ୍ୟୁ ହୋଇଛି ।  କେତେକଙ୍କୁ ନିଶ୍ୱାସ ନେବାରେ ସମସ୍ୟା ହୋଇଥିବା ବେଳେ କିଛି ଲୋକଙ୍କ ଦୃଷ୍ଟିଶକ୍ତି ମଧ୍ୟ ଚାଲିଯାଇଥିବା ସୂଚନା ମିଳିଛି । ଅନ୍ୟ ମୃତକଙ୍କ ମଧ୍ୟରେ ୪୦ ବର୍ଷୀୟ କାର୍ତ୍ତିକ ମକୱାନା ଓ ୫୦ ବର୍ଷୀୟ ଘନଶ୍ୟାମସିଂହ ଜାଡେଜା ଅଛନ୍ତି । ପୁଲିସ ଏପର୍ୟ୍ୟନ୍ତ ୧୨ ଜଣଙ୍କୁ ଅଟକ ରଖିଥିବା ବେଳେ ୨୧ ଜଣଙ୍କ ବିରୋଧରେ ଏତଲା ରୁଜୁ ହୋଇଛି ।