ଲାଲକିଲ୍ଲାରୁ ଦେଶକୁ ସମ୍ବୋଧିତ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । କେଉଁ ନିର୍ମାଣ ବା ଉଦ୍ୟୋଗ କେତେ ଗୁଣା ଉନ୍ନତି ହୋଇଛି ଦେଲେ ହିସାବ । ୨୦୧୪ରୁ ୨୦୨୬ ମଧ୍ୟରେ ପ୍ରତିରକ୍ଷା ଉତ୍ପାଦନ ପ୍ରାୟ ଚାରି ଗୁଣା, ଖଦି ଏବଂ ଗ୍ରାମୋଦ୍ୟୋଗ ଉତ୍ପାଦନ ପ୍ରାୟ ପାଞ୍ଚ ଗୁଣା ହୋଇଥିବାବେଳେ ଇଲେକ୍ଟ୍ରୋନିକ୍ ଉତ୍ପାଦନ ପ୍ରାୟ ସାତ ଗୁଣା, ଆଧୁନିକ ରେଳ କୋଚ୍ ନିର୍ମାଣ ୨୧ ଗୁଣା ଏବଂ ମୋବାଇଲ୍ ଫୋନ୍ ନିର୍ମାଣ ୩୩ ଗୁଣା ବୃଦ୍ଧି ପାଇଛି।
ସେହିପରି ଇଣ୍ଟରନେଟ୍ ବ୍ୟବହାରକାରୀଙ୍କ ସଂଖ୍ୟା ପ୍ରାୟ ଚାରି ଗୁଣା ବୃଦ୍ଧି, ପେଟେଣ୍ଟ ୪ ଗୁଣା ପ୍ରଦାନ ଏବଂ ଡିଜିଟାଲ୍ କାରବାର ୧୦୦ ଗୁଣା ବୃଦ୍ଧି ପାଇଛି। ବର୍ତ୍ତମାନ ସ୍ଥିତିରେ ଏକ ନୂତନ ଭାରତ ସ୍ୱପ୍ନ ଦେଖିଛି । ତାହା ହେଉଛି, ଯେତେବେଳେ ଭାରତ ୨୦୪୭ ରେ ସ୍ୱାଧୀନତାର ୧୦୦ ବର୍ଷ ପୂରଣ କରିବ, ସେତେବେଳେ ବିକଶିତ ଭାରତ ନିର୍ମାଣ ସ୍ବପ୍ନକୁ ସାକାର କରିବୁ। ତେବେ ୧୪୦ କୋଟି ଦେଶବାସୀଙ୍କ ପରିଶ୍ରମ ଓ ପ୍ରୟାସ ମାଧ୍ୟମରେ ଏହି ଲକ୍ଷ୍ୟ ହାସଲ ହୋଇପାରିବ ।
ଆଗାମୀ ବର୍ଷରେ ୧ କୋଟି ଯୁବବର୍ଗଙ୍କୁ ଏଆଇ ଦକ୍ଷତା ତାଲିମ ପ୍ରଦାନ କରିବାକୁ ସଂକଳ୍ପ ନେଇଛୁ ବୋଲି କହିଲେ ପ୍ରଧାନମନ୍ତ୍ରୀ । ଫଳରେ ଆମ ଦେଶର ଯୁବପିଢ଼ି କୃତ୍ରିମ ବିଜ୍ଞାନ କ୍ଷେତ୍ରରେ ସାରା ବିଶ୍ୱର ନେତୃତ୍ୱ ନେବାର କ୍ଷମତା ପାଇପାରିବେ। ଏହା ମଧ୍ୟ କହିଛନ୍ତି ଆମେ ମାଗଣା ଅନଲାଇନ୍ କୋଚିଂର ଏକ ନେଟୱାର୍କ ସ୍ଥାପନ କରିବାକୁ ଯାଉଛୁ। ଆଜିକାଲି, ପିତାମାତା ଭାବନ୍ତି ଯେ ଯଦି ତାଙ୍କ ପିଲା କୋଚିଂ ନେଉନାହାନ୍ତି, ତେବେ ସେମାନେ ପଛରେ ପଡ଼ିଯାଇଛନ୍ତି। ଏହା ପ୍ରତିଷ୍ଠା ପାଇଁ ଏକ ଦୌଡ଼ ପାଲଟିଛି।
ଆଗାମୀ ଦିନର ଆବଶ୍ୟକତା ଓ ପରିବର୍ତ୍ତିତ ପରିସ୍ଥିତି ସହ ତାଳମେଳ ରଖିବା ପାଇଁ ଦେଶର ନୀତି ଓ ନିୟମକୁ ମଧ୍ୟ ସମୟ ଅନୁଯାୟୀ ପରିବର୍ତ୍ତନ କରିବାକୁ ହେବ। ଭାରତ ପାଖରେ ଏକ ସ୍ଥିର ରାଜନୈତିକ ବ୍ୟବସ୍ଥା, ସ୍ଥିର ସରକାର, ସକ୍ରିୟ ଗଣତାନ୍ତ୍ରିକ ପରିବେଶ ଏବଂ ଦୃଢ଼ ନ୍ୟାୟପାଳିକା ରହିଛି। ଏହା ସହିତ ଆମ ସମ୍ବିଧାନ ଦେଶର ଗଣତାନ୍ତ୍ରିକ ବ୍ୟବସ୍ଥାକୁ ଦିଗଦର୍ଶନ ଦେଉଛି।
ଭାରତ ନିକଟରେ ସ୍ୱାକ୍ଷର କରିଥିବା ବାଣିଜ୍ୟିକ ଚୁକ୍ତିଗୁଡ଼ିକ ଦେଶର ଅର୍ଥନୀତି ପାଇଁ ଏକ ବଡ଼ ସୁଯୋଗ ସୃଷ୍ଟି କରିଛି। ଏହାର ସବୁଠାରୁ ଅଧିକ ଲାଭ ଦେଶର ଗଝଗଋ କ୍ଷେତ୍ର ଉଠାଇପାରିବ। ତେଣୁ ଦେଶର କ୍ଷୁଦ୍ର, ମଧ୍ୟମ ଓ ଛୋଟ ଉଦ୍ୟୋଗଗୁଡ଼ିକୁ ଏହି ନୂଆ ସୁଯୋଗର ସଠିକ୍ ଉପଯୋଗ କରିବା ସହ ବିଶ୍ୱ ବଜାରରେ ନିଜର ସ୍ଥାନ ମଜବୁତ କରିବାକୁ ଆଗେଇ ଆସିବା ଦରକାର। ଏଭଳି ସୁଯୋଗକୁ ହାତଛଡ଼ା କରିବା ଉଚିତ୍ ନୁହେଁ।
ଭାରତର ଆଗାମୀ ବିକାଶ ପାଇଁ ଦିଗ ଏବେ ସ୍ପଷ୍ଟ ହୋଇଛି। ନିର୍ଦ୍ଧାରିତ ଲକ୍ଷ୍ୟ ପୂରଣ କରିବା ନିମନ୍ତେ ଦୃଢ଼ ଇଚ୍ଛାଶକ୍ତି ଓ ସଂକଳ୍ପ ସହ ଆଗକୁ ବଢ଼ିବା ଆବଶ୍ୟକ। କେବଳ ଲକ୍ଷ୍ୟ ଧାର୍ୟ୍ୟ କଲେ ହେବ ନାହିଁ, ତାହାକୁ ସମୟ ମଧ୍ୟରେ ପୂରଣ କରିବା ପାଇଁ କାର୍ୟ୍ୟପ୍ରଣାଳୀରେ ମଧ୍ୟ ପରିବର୍ତ୍ତନ ଆଣିବା ଦରକାର।
ଏଥିପାଇଁ ଆମର କାର୍ୟ୍ୟ ସଂସ୍କୃତିକୁ ନୂଆ ରୂପ ଦେବା ଆବଶ୍ୟକ। ପୁରୁଣା ପଦ୍ଧତିରେ କାମ କରିବା ବଦଳରେ ଅଧିକ ଦ୍ରୁତ, ପ୍ରଭାବଶାଳୀ ଓ ଫଳପ୍ରଦ ଭାବେ କାମ କରିବା ଉପରେ ଗୁରୁତ୍ୱ ଦେବାକୁ ହେବ। କାର୍ୟ୍ୟ ସଂସ୍କୃତି ବଦଳିବା ସହ ଆମର ଚିନ୍ତାଧାରାରେ ମଧ୍ୟ ପରିବର୍ତ୍ତନ ଆସିବା ଦରକାର। ନୂଆ ଚିନ୍ତାଧାରା, ନୂଆ ପଦକ୍ଷେପ ଏବଂ ଶୀଘ୍ର ନିଷ୍ପତ୍ତି ନେଇ କାମକୁ ନିର୍ଦ୍ଧାରିତ ସମୟରେ ସମ୍ପୂର୍ଣ୍ଣ କରିବା ଉପରେ ଜୋର ଦେବାକୁ ହେବ।
ଭାରତର ଅନ୍ତର୍ନିହିତ ଶକ୍ତି, କ୍ଷମତା ଓ ସମ୍ଭାବନାକୁ ଏବେ ସାରା ବିଶ୍ୱ ଚିହ୍ନିବା ଆରମ୍ଭ କରିଛି। ଭାରତର ବଢ଼ୁଥିବା ଅର୍ଥନୈତିକ ସାମର୍ଥ୍ୟ ଏବଂ ବିଶ୍ୱ ବାଣିଜ୍ୟରେ ଏହାର ବୃଦ୍ଧିପାଉଥିବା ଭୂମିକା ଏହାର ପ୍ରମାଣ।
ପ୍ରଧାନମନ୍ତ୍ରୀଙ୍କ ମତରେ, ୨୦୧୪ ପରଠାରୁ ଭାରତ ବିଶ୍ୱର ପ୍ରାୟ ୪୦ଟି ଦେଶ ସହ ମୁକ୍ତ ବାଣିଜ୍ୟ ଚୁକ୍ତିନାମା (ୠଞଇ) ଏବଂ ବାଣିଜ୍ୟିକ ସହଭାଗିତା ସମ୍ପର୍କିତ ଚୁକ୍ତିକୁ ଚୂଡ଼ାନ୍ତ କରିଛି। ଏହି ଚୁକ୍ତିଗୁଡ଼ିକ ଭାରତୀୟ ବ୍ୟବସାୟ ଓ ଉଦ୍ୟୋଗ ପାଇଁ ବିଦେଶୀ ବଜାରରେ ନୂଆ ସୁଯୋଗ ସୃଷ୍ଟି କରୁଛି। ତେଣୁ ଏହି ସୁଯୋଗକୁ ଠିକ୍ ଭାବରେ ବ୍ୟବହାର କରି ଦେଶର ଅର୍ଥନୀତିକୁ ଆହୁରି ମଜବୁତ କରିବା ସହ ବିଶ୍ୱ ମଞ୍ଚରେ ଭାରତର ସ୍ଥାନକୁ ଆହୁରି ସୁଦୃଢ଼ କରିବା ଆମର ଲକ୍ଷ୍ୟ ହେବା ଉଚିତ।