ସରକାରୀ ବାସ ଭବନରୁ ଗଳିତ ମୃତଦେହ ଉଦ୍ଧାର କରିଛି ପୋଲିସ

ସରକାରୀ ବାସ ଭବନରୁ ଗଳିତ ମୃତଦେହ ଉଦ୍ଧାର କରିଛି ବାଲିଗୁଡ଼ା ଥାନା ପୋଲିସ। ଏଭଳି  ଘଟଣା ଦେଖିବାକୁ ମିଳିଛି କନ୍ଧମାଳ ଜିଲ୍ଲାର ବାଲିଗୁଡ଼ା ସୁନାପାଙ୍ଗା ସ୍ଥିତ ଏଲ୍ ଆଇ ସି କୋଲନିର ଥିବା ସରକାରୀ ବାସ ଭବନରେ । ତେବେ ସେଇ ସରକାରୀ ବାସ ଭବନରେ କୃଷି ବିଭାଗ କିଛି କର୍ମଚାରୀ ରହିଥିବା ବେଳେ ସେମାନେ ଛୁଟିରେ ଘରକୁ ଯାଇ ଫେରିବା ପରେ ବାସ ଭବନରୁ ପରିସରରେ ଥିବା ଲେଟିନ୍ ଭିତରୁ ଜଣେ ଅଜଣା ଗଳିତ ଝୁଲନ୍ତା ମୃତଦେହ ଦେଖି ସଙ୍ଗେ ସଙ୍ଗେ ବାଲିଗୁଡ଼ା ଥାନା ପୋଲିସକୁ ଖବର ଦେଇଥିଲେ। ଘଟଣା ସ୍ଥଳରେ ପୋଲିସ ପହଞ୍ଚି ମୃତଦେହ ଜବତ କରିବା ସହିତ ତଦନ୍ତ ପରେ ପରିବାର ଲୋକଙ୍କୁ ଖବର ଦେଇଥିଲେ। ପୋଲିସ୍ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ମୃତ ବ୍ୟକ୍ତି ହେଲେ ଜି.ଉଦୟଗିରି ଥାନା ବତିଙ୍ଗିଆ ଗାଁ ଅଞ୍ଚଳର ଅଜିତ୍ ନାୟକ ବୋଲି ଜଣାପଡିଛି । ମୃତ ବ୍ୟକ୍ତି କିଛି ବର୍ଷ ହେବ ବାଲିଗୁଡ଼ା ସ୍ଥିତ ମୁଣ୍ଡାସାହିରେ ଭଡ଼ା ଘରେ ରହି ସାହି ସାହି ବୁଲି କାଚ ବୋତଲ, ପ୍ଲାଷ୍ଟିକ ପାଣି ବୋତଲ ଓ ଅଟା କାର୍ଟୁନ୍ କବାଡ଼ିରେ ବିକି ପରିବାର ପ୍ରତିପୋଷଣ କରୁଥିବା ସ୍ଥାନୀୟ ସାହି ବାସିନ୍ଦାଙ୍କ ଠାରୁ ସୂଚନା ମିଳିଛି । ତତ୍ ସହିତ ସେ ଅତ୍ୟଧିକ ମଦ୍ୟପାନ ଯୋଗୁଁ ସାମାନ୍ୟ ମାନସିକ ରୋଗଗ୍ରସ୍ତ ଥିବା ସୂଚନା ମିଳୁଛି ଯାହାକୁ ନେଇ ଅନେକ ସମୟରେ ପାରିବାରିକ ଅଶାନ୍ତି ମଧ୍ୟ ଲାଗି ରହୁଥିବା ସୂଚନା ମିଳିଛି । ହେଲେ ତିନି ଦିନ ପରେ ଗତ କାଲି ସାନ୍ଧ୍ୟ ସମୟରେ ଗଳିତ ମୃତଦେହକୁ ଜବତ କରିଛି ବାଲିଗୁଡ଼ା ଥାନା ପୋଲିସ। ପରିବାର ଲୋକେ ଓ ସମ୍ପର୍କୀୟ  ପହଞ୍ଚିବା ପରେ ଶବ ଉଦ୍ଧାର କରି ବ୍ୟବଛେଦ ପାଇଁ ବାଲିଗୁଡ଼ା ଉପଖଣ୍ଡ ଚିକିତ୍ସାଳୟକୁ ପଠେଇ ଥିବା ବେଳେ କିଭଳି ପରିସ୍ଥିତିରେ ଗୋଟିଏ ସରକାରୀ ବାସ ଭବନ ପରିସର ଭିତର ଏଭଳି ଘଟଣା ଘଟିଛି ସେ ନେଇ ଅଧିକ ତଦନ୍ତ କରୁଥିବା ଥାନା ପକ୍ଷରୁ ସୂଚନା ମିଳିଛି।