୯୪୩୭୨୯୨୦୦୦ ନମ୍ବରରେ ହ୍ଵାଟ୍ସଆପ ମେସେଜ କରି ପାଇ ପାରିବେ ରାଜସ୍ବ ସେବା

ଆମ ସାଥି ହ୍ଵାଟ୍ସଆପ ଚାଟବଟ ଜରିଆରେ ରାଜସ୍ବ ବିଭାଗର ୧୭ ସେବାର ଲୋକାର୍ପଣ କଲେ ରାଜସ୍ୱ ମନ୍ତ୍ରୀ । ୯୪୩୭୨୯୨୦୦୦ ନମ୍ବରରେ ହ୍ଵାଟ୍ସଆପ ମେସେଜ କରି ପାଇ ପାରିବେ ରାଜସ୍ବ ସେବା । ପୂର୍ବରୁ ୧୧ ଟି ସେବା ଉପଲବ୍ଧ ଥିବା ବେଳେ ଏଣିକି ରାଜସ୍ବର ୧୬ ଟି ସେବା ମିଳିବ । ଆଉ ସରକାରୀ ସୁବିଧା ବାବଦରେ ଏହି ନମ୍ବରରେ ଅଭିଯୋଗ ଦେଇପାରିବେ । ଆବେଦନ ଅଭିଯୋଗର ସ୍ଥିତି ମଧ୍ୟ ଜାଣି ପାରିବେ । ଆଉ ବଡ଼ କଥା ହେଲା କେଉଁଠି ଅଧିକାରୀଙ୍କ ପାଖରେ କେତେ ଅଭିଯୋଗ ପଡିକି ରହୁଛି ସେ ବାବଦରେ ନଜର ମଧ୍ୟ ରଖି ପାରିବେ ନିଜେ ମନ୍ତ୍ରୀ ଏବଂ ସଚିବ । ଆଜି ଲୋକ ସେବା ଭବନ ରାଜସ୍ବ ବିଭାଗ ସମ୍ମିଳନୀ କକ୍ଷରୁ ଏହି ସୁବିଧାରେ ଶୁଭରମ୍ଭ କରିଛନ୍ତି ରାଜସ୍ବ ମନ୍ତ୍ରୀ । ଏହା ସହ ବିଭିନ୍ନ ଜିଲ୍ଲାର ଜିଲ୍ଲାପାଳଙ୍କ ସହ ରାଜସ୍ବ ଅଧିକାରୀ ଏହି କାର୍ଯ୍ୟକ୍ରମରେ ଭରଚୁଆ ଲି ଯୋଡି ହୋଇଥିଲେ । ଆୟ, ଜାତି ଗତ ପ୍ରମାଣପତ୍ର ଏବଂ ରେସିଡେଣ୍ଟ ସାର୍ଟିଫିକେଟ ଭଳି ୯ ଟି ସାର୍ଟିଫିକେଟ ସେବାକୁ ସାମିଲ କରାଯାଇଛି । ଏହା ବାଦ ମ୍ୟୁଟେସନ, ଡ଼ିମାର୍କେସନ ଭଳି ସେବା ବି ଉପଲବ୍ଧ ହେବ । ପ୍ରାୟ ୧ ଲକ୍ଷ ୨୨ ହଜାର ବ୍ୟକ୍ତି ଚାଟ ବଟ ଜରିଆରେ ସାର୍ଟିଫିକେଟ ପାଇ ସାରିଲେଣି ।

Odisha Ama Sathi WhatsApp Chatbot: Government Services at Your Fingertips |  India Customer Care