୫ ଉପାୟ ବଦଳାଇଦେବ ଆପଣଙ୍କ ଆର୍ଥିକ ପରିସ୍ଥିତି

ଆର୍ଥିକ ଅବସ୍ଥା ହେଉ ବା ସ୍ୱାସ୍ଥ୍ୟ ଉଭୟ ସ୍ଥିତି ବାସ୍ତୁ ଶାସ୍ତ୍ର ଦ୍ୱାରା ଖୁବ୍ ପ୍ରଭାବିତ ହୋଇଥାଏ । ବାରମ୍ବାର ଯଦି ସମସ୍ୟାର ସାମ୍ନା କରିବାକୁ ହେଉଛି ତେବେ ଘରର ବାସ୍ତୁ ପ୍ରତି ଧ୍ୟାନ ଦେବା ନିହାତି ଆବଶ୍ୟକ । ହେଲେ କିଛି ସରଳ ବାସ୍ତୁ ଉପାୟ ଅନସରଣ କଲେ ସକାରାତ୍ମକ ପରିବେଶ ଓ ଆର୍ଥିକ ସ୍ଥିରତା ବଢିପାରେ ବୋଲି ବିଶେଷଜ୍ଞ ମାନେ କହିଛନ୍ତି । ବାସ୍ତୁ ଶାସ୍ତ୍ର ମୁତାବିକ ଘରର ଉତ୍ତର ଓ ଉତ୍ତର-ପୂର୍ବ ଦିଗକୁ ସଫା, ଖୋଲା ଓ ଅବରୋଧମୁକ୍ତ ରଖିବା ଭଲ ବୋଲି ମନାଯାଏ । ଅନାବଶ୍ୟକ ଅଧିକ ଓଜନ ବସ୍ତୁ ଏହି ସ୍ଥାନ ଗୁଡିକରେ ରଖିବାକୁ ମନା କରାଯାଇଥାଏ । ସେହିପରି ଘରର ପ୍ରବେଶ ଦ୍ୱାର ମଧ୍ୟ ସଫା, ସୁସଜ୍ଜିତ ଓ ଆଲୋକିତ ରହିବା ଶୁଭ ।
ବାସ୍ତୁ ମତରେ ଘରର ପ୍ରବେଶ ଦ୍ୱାର ହେଉଛି ସକାରାତ୍ମକ ଶକ୍ତିର ପ୍ରବେଶ ପଥ । ଘରର ଦକ୍ଷିଣ ପଶ୍ଚିମ ଭାଗରେ ଧନ, ଗୁରୁତ୍ୱପୂର୍ଣ୍ଣ ଦସ୍ତାବିଜ ଓ ଲକରକୁ ରଖି ତାହାର ଦ୍ୱାର ଉତ୍ତର କିମ୍ବା ପୂର୍ବ ଆଡ଼କୁ ଖୋଲିବାକୁ ମଧ୍ୟ ବାସ୍ତୁଶାସ୍ତ୍ରରେ ଶୁଭ ବୋଲି କୁହାଯାଏ । ଘରେ ପାଣି ଲିକ୍ ହେଉଥିଲେ ତୁରନ୍ତ ମରାମତି କରନ୍ତୁ, ଅନାବଶ୍ୟକ ଜିନିଷ ହଟାଇବା ଓ ପରିଷ୍କାର-ପରିଚ୍ଛନ୍ନତା ରଖିବାକୁ ବାସ୍ତୁରେ ଗୁରୁତ୍ୱ ଦିଆଯାଇଛି । ଏସବୁ ଧନ ହାନିର ପ୍ରତୀକ ବୋଲି ବିଶ୍ୱାସ କରାଯାଏ । ତେବେ ମନେରଖନ୍ତୁ, ବାସ୍ତୁଶାସ୍ତ୍ର ପାରମ୍ପରିକ ବିଶ୍ୱାସ ଓ ଆସ୍ଥା ଉପରେ ଆଧାରିତ । ଆର୍ଥିକ ସମୃଦ୍ଧି ପାଇଁ ପରିଶ୍ରମ, ସଠିକ୍ ଆର୍ଥିକ ଯୋଜନା, ସଞ୍ଚୟ ଓ ନିବେଶ ସବୁଠାରୁ ଅଧିକ ମହତ୍ତ୍ୱପୂର୍ଣ୍ଣ ଅଟେ ।