ଜିଓ ଟାୱାର ରୁ ୧୪୮ ଟି ବ୍ୟାଟେରୀ ଚୋରୀ ଘଟଣାର ପର୍ଦାଫାଶ କରିଛି ପୋଲିସ । ଏନେଇ ଏକ ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦେଇଛନ୍ତି ଲକ୍ଷ୍ମୀପୁର ଏସଡିପିଓ । ନାରାୟଣ ପାଟଣା ଓ ବନ୍ଧୁଗାଁ ବ୍ଲକର ଦୁଇଟି ଜିଓ ଟାୱାର ରୁ ଗତ ଆଠ ତାରିଖ ଦିନ ଦିପ୍ରହର ରେ ପ୍ରାୟ ଆଠ ଜଣ ବ୍ୟକ୍ତି ଜିଓ କମ୍ପାନୀ ର କର୍ମଚାରୀ ଭାବେ ଟାୱାର ନିକଟରେ ପହଂଚି ନୁଆଁ ବ୍ୟାଟେରୀ ଗୁଡିକ କାଢ଼ିକି ନେଇଁ ଯାଇଥିଲେ । ପ୍ରଥମେ ବନ୍ଧୁଗାଁ ବ୍ଲକ ର ପେଦ ଲଡା ଗାଁ ରେ ଲାଗିଥିବା ଜିଓ ଟାୱାର ରୁ ୯୪ ଟି ବ୍ୟାଟେରୀ ଚୋରୀ କରିବା ପରେ ନାରାୟଣ ପାଟଣା ବ୍ଲକ ପିଚୁଡ଼ି ଗାଁ ରେ ଲାଗିଥିବା ଜିଓ ଟାୱାର ର ୫୪ ଟି ବ୍ୟାଟେରୀ ଚୋରୀ କରିଥିଲେ । ଏହି ଚୋରୀ ଘଟଣା ରେ ଜିଓ କମ୍ପାନୀ ରେ କାର୍ଯ୍ୟରତ ର ଦୁଇଜଣ କର୍ମଚାରୀ ମଧ୍ୟ ସାମିଲ ରହିଥିବା ବେଳେ ଅନ୍ୟ ମାନେ ବନ୍ଧୁଗାଁ ଅଂଚଳର ବୋଲି କୁହାଯାଇଛି । ଜିଓ କମ୍ପାନୀର ଜଣେ କର୍ମଚାରୀ ଏନେଇଁ ଅଭିଯୋଗ କରିବା ପରେ ପୋଲିସ ଖୋଳ ତାଡ଼ କରି ଛ ଜଣକୁ ଗିରଫ କରିବା ସହ ସେମାନଙ୍କ ଠାରୁ ୪୬ ଟି ବ୍ୟାଟେରୀ, ଛ ଟି ମୋବାଇଲ, ଦୁଇଟି ମୋଟର ସାଇକେଲ, ଦୁଇଟି ଗାଡି ଜବତ କରିଛି ।
![]()
ଗିରଫ ଅଭିଯୁକ୍ତ ମାନେ ହେଲେ ବାଲସା ଗାଁ ର ମେଲେକା ରବୀନ୍ଦ୍ର, ଯାଜପୁର ର ସୁନୀଲ କୁମାର ସାହୁ, ସାନ ସରପଲି ର ମନୋଜ କୁମାର ସାହୁ, ମୁନା କାଡ୍ରାକା, ପବନ ନାରା, ଟିକିନା ୱାଟେକା । ତେବେ ଅଭିଯୁକ୍ତ ମାନଙ୍କୁ କୋର୍ଟ ଚାଲାଣ କରାଯାଇଛି ବୋଲି ଆଇଆଇସି ସିନ୍ଧୁ ସାରକା ପ୍ରକାଶ କରିଛନ୍ତି । ଘଟଣାରେ ସମ୍ପୃକ୍ତ ଥିବା ଆଉ ଦୁଇଜଣ ଫେରାର ଥିବା ପୋଲିସ ସୂଚନା ଦେଇଛି ।
