ସାରା ଭାରତର ସର୍ବାଧିକ ବାଘ ଓ କଲରାପତରିଆ ମଧ୍ୟପ୍ରଦେଶରେ ବାସ କରନ୍ତି । ଅନେକ ପ୍ରସିଦ୍ଧ ଜଙ୍ଗଲ ମଧ୍ୟ ଏହି ରାଜ୍ୟରେ ରହିଛି । ଏହି ବନ୍ୟଜନ୍ତୁ ସଂରକ୍ଷଣର ସଫଳତା କାହାଣୀ ପଛରେ ଏକ ଚିନ୍ତାଜନକ ସଙ୍କଟ ମଧ୍ୟ ଆରମ୍ଭ ହୋଇଛି । ସେଠାରେ ବନ୍ୟଜନ୍ତୁ ସଂଖ୍ୟା ଏକ ଗର୍ବର କଥା । ହେଲେ ଚଳିତ ବର୍ଷ ମାତ୍ର ୮ ମାସ ମଧ୍ୟରେ ବନ୍ୟଜନ୍ତୁ ଆକ୍ରମଣରେ ପ୍ରାୟ ୫୦ ଜଣଙ୍କ ପ୍ରାଣହାନୀ ହୋଇଛି । ସେହିପରି ୪୫ ଜଣଙ୍କ ବାଘ ମଧ୍ୟ ପ୍ରାଣ ହରାଇଛନ୍ତି ।
ମଧ୍ୟପ୍ରଦେଶର ବନ ବିଭାଗର ପରିସଂଖ୍ୟାନ ମୁତାବିକ, ଚଳିତ ବର୍ଷ ବାଘ ଆକ୍ରମଣ ଯୋଗୁଁ ଅଧିକ ମଣିଷ ମୃତ୍ୟୁ ହୋଇଛି। ମୃତକଙ୍କ ମଧ୍ୟରୁ ୨୨ ଜଣଙ୍କର ବାଘ ଆକ୍ରମଣରେ, ୮ଜଣଙ୍କର ବରାହ, ୭ ଜଣଙ୍କର ହାତୀ ଏବଂ ୪ ଜଣଙ୍କ ଭାଲୁ ଆକ୍ରମଣରେ ମୃତ୍ୟୁ ହୋଇଥିବା ବେଳେ କଲରାପତରିଆ ବାଘ ଆକ୍ରମଣରେ ଜଣଙ୍କର ମୃତ୍ୟୁ ହୋଇଛି। ଅନ୍ୟ ପଟେ ବାଘ ମାନଙ୍କର ସଂଖ୍ୟା ବୃଦ୍ଧି ହୋଇଥିବା ସୂଚନା ରହିଛି । ହେଲେ ସୁରକ୍ଷିତ ଭାବେ ଚଳପ୍ରଚଳ ହେବା ପାଇଁ ସ୍ଥାନର ଅଭାବ ଦେଖାଦେଇଛି। ଗ୍ରାମବାସୀ ମାନେ ଜୀବିକା ପାଇଁ ସେହି ଜଙ୍ଗଲ ଉପରେ ନିର୍ଭରଶୀଳ । ଯଦ୍ଦ୍ଵାରା ବନ୍ୟଜନ୍ତୁ ଓ ଲୋକଙ୍କ ମଧ୍ୟରେ ସଂଘର୍ଷ ଦେଖାଯାଉଛି ।