ଅଷ୍ଟ୍ରେଲିଆରେ ଭାରତୀୟ ଚାହା’କୁ ପରିଚିତି କରାଇଥିବା ସଞ୍ଜୀତ କୋଣ୍ଡା ହାଉସ୍ ଙ୍କ କାହାଣୀ ଭିନ୍ନ। ବେଙ୍ଗାଲୁରୁର ବାସିନ୍ଦା ସଞ୍ଜୀତ ୧୮ ବର୍ଷ ବୟସରେ ନିଜର ପାଠପଢ଼ା ଆରମ୍ଭ କରିବାକୁ ଅଷ୍ଟ୍ରେଲିଆ ଯାଇଥିଲେ। କିନ୍ତୁ, କଲେଜ ସମାପ୍ତ କରିବା ପରିବର୍ତ୍ତେ, ସେ ନିଜର ବ୍ୟବସାୟ ଆରମ୍ଭ କରିବାକୁ ନିଷ୍ପତ୍ତି ନେଇଥିଲେ। ଏହି ସାହସ ପରେ ଡ୍ରପ୍ଆଉଟ୍ ଚାଇୱାଲା ନାମ ତାଙ୍କୁ ଦେଇଥିଲା ନୂତନ ପରିଚୟ।
ସଞ୍ଜୀତ କୋଣ୍ଡା ହାଉସ୍ ଅଷ୍ଟ୍ରେଲିଆର La Trobe University ର Bundoora Campusରେ ବିଜନେସ୍ ଷ୍ଟଡିଜ୍ ବ୍ୟାଚେଲରରେ ନାମ ଲେଖାଇଥିଲେ। ସେ ତାଙ୍କର ପାଠପଢ଼ା ସମାପ୍ତ କରିବା ପରେ ଏକ ସାଧାରଣ କ୍ୟାରିଅର ଗ୍ରହଣ କରିପାରିଥାନ୍ତେ, କିନ୍ତୁ ସେ ପଞ୍ଚମ ସେମିଷ୍ଟରରେ କଲେଜ ଛାଡିବାକୁ ନିଷ୍ପତ୍ତି ନେଇଥିଲେ। ତାଙ୍କର ନିଷ୍ପତ୍ତି ବ୍ୟବସାୟ ପ୍ରତି ତାଙ୍କର ଆଗ୍ରହ ଦ୍ୱାରା ପ୍ରେରିତ ହୋଇଥିଲା। ତାଙ୍କ ବାପା ସାଉଦି ଆରବର ଏକ ତୈଳ କମ୍ପାନୀରେ ମେକାନିକାଲ୍ ଇଞ୍ଜିନିୟର ଭାବରେ କାମ କରୁଥିଲେ। ଯେତେବେଳେ ତାଙ୍କ ମାଆ ଜଣେ ଗୃହିଣୀ ଥିଲେ। ତାଙ୍କ ପରିବାର ସଞ୍ଜୀତଙ୍କୁ ଛୋଟ ବୟସରୁ ଦାୟିତ୍ୱ ଗ୍ରହଣ କରିବାକୁ ଏବଂ ନିଜ ନିଷ୍ପତ୍ତି ନେବାକୁ ଉତ୍ସାହିତ କରିଥିଲେ।

ମାତ୍ର ୨ଲକ୍ଷ ଅଷ୍ଟ୍ରେଲିଆନ୍ ଡଲାରରୁ ଆରମ୍ଭ କରିଥିଲେ ବ୍ୟବସାୟ
ସଞ୍ଜୀତ, ତାଙ୍କ ବନ୍ଧୁ ଅସର ଅହମ୍ମଦ ସୟଦ ଏବଂ ଦୁଇ କଲେଜ ସିନିୟର, ପ୍ରୀତମ୍ ଆକୁଲା ଏବଂ ଅରୁଣ ପି. ସିଂହଙ୍କ ସହିତ ଏକ ଚା’ ବ୍ୟବସାୟ ଆରମ୍ଭ କରିଥିଲେ। ପ୍ରାରମ୍ଭିକ ନିବେଶ ପ୍ରାୟ ୨ଲକ୍ଷ ଅଷ୍ଟ୍ରେଲୀୟ ଡଲାର ହେବ ବୋଲି ଆକଳନ କରାଯାଇଛି। ସେମାନେ ମେଲବୋର୍ଣ୍ଣର ଏଲିଜାବେଥ ଷ୍ଟ୍ରିଟରେ ପ୍ରଥମ ଡ୍ରପଆଉଟ୍ ଚାଇୱାଲା ଆଉଟଲେଟ୍ ଖୋଲିଥିଲେ। ପ୍ରାରମ୍ଭରେ ତାଙ୍କ ମେନ୍ୟୁ ବହୁତ ଛୋଟ ଥିଲା, ଯେଉଁଥିରେ କେବଳ ପାଞ୍ଚ ପ୍ରକାରର ଚାହା ଥିଲା। ଧୀରେ ଧୀରେ, ଭାରତୀୟ ଚାହା’ର ସ୍ୱାଦ ଛାତ୍ର ଏବଂ ଅଫିସ ଯାଉଥିବା ଲୋକଙ୍କ ମଧ୍ୟରେ ଲୋକପ୍ରିୟ ହୋଇଥିଲା।
ବିଫଳତା ପରେ ବି ହାରିନଥିଲେ ସାହସ
ବ୍ୟବସାୟ ଆରମ୍ଭ କରିବା ସହଜ ନଥିଲା। ଆରମ୍ଭରେ ଗ୍ରାହକଙ୍କ ସଂଖ୍ୟା କମ୍ ଥିଲା, କିନ୍ତୁ ସଞ୍ଜୀତ ଦୃଢ଼ମନା ଥିଲେ। ସେ ନୂତନ ଉପାୟରେ ବ୍ୟବସାୟକୁ ବିସ୍ତାର କରିବାକୁ ଚେଷ୍ଟା କରିବା ଆରମ୍ଭ କଲେ। ମାର୍ଚ୍ଚ ସୁଦ୍ଧା, ସେ ଏକ ମୋବାଇଲ୍ ଚା’ ଟ୍ରକ୍ ଲଞ୍ଚ କରିଥିଲେ । ବିଶ୍ୱବିଦ୍ୟାଳୟ କାର୍ଯ୍ୟକ୍ରମ, ଉତ୍ସବ ଏବଂ ବିବାହରେ ଚା’ ବିକ୍ରି କରୁଥିଲେ। ଏହା ପରେ ଅଗଷ୍ଟରେ La Trobe ଷ୍ଟ୍ରିଟରେ ଏକ ତୃତୀୟ ଷ୍ଟୋର ଖୋଲିଥଲେ । ସଞ୍ଜୀତଙ୍କ ନେତୃତ୍ୱରେ, ବ୍ୟବସାୟ ଦ୍ରୁତ ଗତିରେ ବୃଦ୍ଧି ପାଇଲା। ରିପୋର୍ଟ ଅନୁଯାୟୀ, ମାତ୍ର ଗୋଟିଏ ବର୍ଷ ମଧ୍ୟରେ, କମ୍ପାନୀ ପ୍ରାୟ 1 ନିୟୁତ ଅଷ୍ଟ୍ରେଲିୟ ଡଲାର (ପ୍ରାୟ ₹6.82 କୋଟି) ବିକ୍ରୟ ହାସଲ କରିଥିଲା ଏବଂ ପ୍ରାୟ 40 ଜଣଙ୍କୁ ନିଯୁକ୍ତି ଦେଇଥିଲା।

ଏହି ନିଷ୍ପତ୍ତି ଏକ ପ୍ରମୁଖ ମୋଡ଼ ପାଲଟିଥିଲା
ସଞ୍ଜୀତଙ୍କ କାହାଣୀ ସ୍ୱତନ୍ତ୍ର କାରଣ ସେ ଯୁବ ବୟସରେ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଥିଲେ। ସେ ନିଜର ବ୍ୟବସାୟ ଆରମ୍ଭ କରିବା ପାଇଁ ବିଶ୍ୱବିଦ୍ୟାଳୟ ଛାଡି ଦେଇଥିଲେ, ଏପରି ଏକ ଦେଶରେ ଏକ ଭାରତୀୟ ଚା ବ୍ୟବସାୟ ଗଢ଼ିଥିଲେ ଯେଉଁଠାରେ ଚା ସଂସ୍କୃତି ଭାରତଠାରୁ ସମ୍ପୂର୍ଣ୍ଣ ଭିନ୍ନ।