ବନ୍ୟାଞ୍ଚଳ ପରିଦର୍ଶନରେ ଯାଇଥିବା ବେଳେ ସାପ କାମୁଡ଼ାର ଶିକାର ହେଲେ ପୂର୍ବତନ ବିଧାୟକ ଅଂଶୁମାନ ମହାନ୍ତି। ପୂର୍ବତନ ବିଧାୟକ ଗୁରୁବାର ପଟ୍ଟାମୁଣ୍ଡାଇ ବାଛରା ମଣ୍ଡପଡ଼ାରେ ବନ୍ୟା ଅଞ୍ଚଳରେ ପରିଦର୍ଶନ ଯାଇଥିବା ବେଳେ ସାପ କାମୁଡ଼ାର ଶିକାର ହୋଇଛନ୍ତି। ଅବଶ୍ୟ ଚିକିତ୍ସା ଯୋଗୁ ଏବେ ତାଙ୍କର ସ୍ବାସ୍ଥ୍ୟାବସ୍ଥା ସ୍ଥିର ରହିଛି।

ସୂଚନାଥାଉକି, ବ୍ରାହ୍ମଣୀରେ ବନ୍ୟା ଯୋଗୁ ରାଜନଗର ନିର୍ବାଚନ ମଣ୍ଡଳୀର ବିଭିନ୍ନ ଗାଁ ବାହ୍ୟ ଜଗତରୁ ବିଛିନ୍ନ ହୋଇପଡ଼ିଛି। ଲକ୍ଷାଧିକ ଲୋକେ ପ୍ରଭାବିତ ହୋଇଛନ୍ତି। ବାଛରା ମଣ୍ଡପଡ଼ା ମଧ୍ୟ ପ୍ରଭାବିତ ହୋଇଛି। ଏମିତିରେ ପୂର୍ବତନ ବିଧାୟକ ଏହି ଅଞ୍ଚଳକୁ ଯାଇ ଲୋକଙ୍କ ସମସ୍ୟା ବୁଝିବା ସହ ସହାୟତା ଯୋଗାଇଥିଲେ।

ହେଲେ ଏହି ପରିଦର୍ଶନ ସମୟରେ ତାଙ୍କୁ ଏକ ସାପ କାମୁଡ଼ିଦେଇଥିଲା। ତେବେ ସଙ୍ଗେ ସଙ୍ଗେ ତାଙ୍କୁ ରାଜନଗର ମେଡିକାଲ ନିଆଯାଇଥିଲା। ସେଠାରେ ଚିକିତ୍ସା ପରେ ତାଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ଥିବା ଜଣାପଡ଼ିଥିବା ବେଳେ ଡାକ୍ତର ଅବଜରଭେସନ ରଖିଛନ୍ତି।