ହିନ୍ଦୋଳ : ଗତ କାଲି ଢେଙ୍କାନାଳ ଜିଲ୍ଲାର ହିନ୍ଦୋଳ ବ୍ଳକ୍ ର ଦୁଦୁରକୋଟ ପଞ୍ଚାୟତ ଅନ୍ତର୍ଗତ ମାନପୁର ଗ୍ରାମର କିଶୋରୀ ଗୋଛାୟତଙ୍କ ପୁଅ ଦଶମ ଶ୍ରେଣୀ ର ଛାତ୍ର ଦିନେଶ ଗୋଛାୟତ(୧୫)ନିଜ ପିଉସୀ ନାନୀ ଙ୍କ ଘର କଣ୍ଟାବଣିଆ ଥାନା ଅନ୍ତର୍ଗତ ସରପା ଗ୍ରାମ କୁ ଵୁଲି ଯାଇଥିଲେ।ତେବେ ଦିନ ୧୨ଟା ବେଳେ ଗ୍ରାମ ନିକଟସ୍ଥ ଲିଙ୍ଗରା ନଦୀକୁ ଚାରି/ପାଞ୍ଚ ଜଣ ସାଙ୍ଗସାଥୀ ହୋଇ ଗାଧୋଇବାକୁ ଯାଇଥିଲେ। ଗାଧୋଇବା ସମୟ ରେ ଦିନେଶ ଙ୍କର ଗୋଡ଼ ଖସିଯିବାରୁ ପହଁରା ଜାଣିନଥିବାରୁ ନଇ ର ପ୍ରବଳ ସୁଅରେ ଭାସି ଯାଇଥିଲେ।ତାଙ୍କ ସହ ଯାଇଥିବା ପିଲା ମାନେ ତାଙ୍କୁ ଉଦ୍ଧାର କରିବା ପାଇଁ ସାହାସ ଜୁଟାଇ ପାରିନଥିବା ବେଳେ ପିଲାମାନେ କଣ୍ଟାବଣିଆ ଥାନା ଓ ସ୍ଥାନୀୟ ଅଗ୍ନିଶମ ବିଭାଗ କର୍ମଚାରୀ,ଓଡ୍ରାଫ ଟିମ କୁ ସୂଚନା ଦେବା ପରେ ସମସ୍ତେ ଦିନେଶ ଙ୍କ ଶଵକୁ ନଦୀଜଳ ରୁ ଖୋଜି ବାହାର କରିବା ପାଇଁ ପ୍ରୟାସ କରିଥିଲେ।ଦିନେଶ ଙ୍କର ଅନୁସନ୍ଧାନ ଜାରୀ ରହିଥିବା ବେଳେ ସ୍ଥାନୀୟ ଅଞ୍ଚଳର ରେ ଓ ପରିବାର ବର୍ଗ ଦୁଃଖ ଓ ଆତଙ୍କିତ ଅବସ୍ଥାରେ ଥିଲେ।ତେବେ ଉଦ୍ଧାର କାର୍ୟ୍ୟ ସଂନ୍ଧ୍ୟା ପର୍ୟ୍ୟନ୍ତ ଚାଲିଥିବା ବେଳେ ଅନ୍ଧାର ରେ ଉଦ୍ଧାର କାର୍ୟ୍ୟ ବନ୍ଦ ହୋଇଥିଲା ତେବେ ଆଜି ସକାଳୁ ଉଦ୍ଧାର କାର୍ୟ୍ୟ ଆରମ୍ଭ ହୋଇଥିଲା ଅପରାହ୍ନ ପାଞ୍ଚ ଟା ବେଳେ ଶବ କୁ ଉଦ୍ଧାର କରାଯାଇଛି।ଦୀର୍ଘ ତିରିଶି ଘଣ୍ଟା ପରେ ଓଡ୍ରାଫ ଟିମ୍ ଦ୍ବାରା ଶବ ମିଳିବା ପରେ କଣ୍ଟା ବଣିଆ ଥାନା ଶବ କୁ ନିଜ ହେପାଜତ କୁ ନେଇ ପୋଷ୍ଟ ମର୍ଟମ ପାଇଁ ପଠାଇଦେଇଛି। ଆସନ୍ତ କାଲି ପୋଷ୍ଟ ମର୍ଟମ ପରେ ପରିବାର ବର୍ଗ କୁ ଶବ ହସ୍ତାନ୍ତର କରାଯିବ ବୋଲି ସୂଚନା ମିଳିଛି।ତେବେ ଏହି ଘଟଣା ରେ ଅଞ୍ଚଳ ବାସୀ ଦୁଃଖ ପ୍ରକାଶ କରିବା ସହ ପରିବାର ବର୍ଗ ଦୁଃଖ ରେ ଭାଙ୍ଗି ପଡିଥିବା ଦେଖାଯାଇଛି।