ପୁରୀ ରେଳଷ୍ଟେସନରେ ବଡ଼ ଧରଣର ଅଘଟଣରୁ ଅଳ୍ପକେ ବର୍ତ୍ତିଲେ ଯାତ୍ରୀ

ଶୁକ୍ରବାର ପୁରୀ ରେଳଷ୍ଟେସନରେ ବଡ଼ ଧରଣର ଅଘଟଣରୁ ଅଳ୍ପକେ ବର୍ତ୍ତିଲେ ଯାତ୍ରୀ । ଅଳ୍ପକେ ବଡ଼ ଦୁର୍ଘଟଣାରୁ ତାଳଚେର-ପୁରୀ ଏକ୍ସପ୍ରେସ ବର୍ତ୍ତିଯାଇଛି। ଷ୍ଟେସନଠାରୁ ପ୍ରାୟ ୫୦୦ ମିଟର ଦୂରରେ ଟ୍ରେନର ଇଞ୍ଜିନ ଲାଇନଚ୍ୟୁତ ହୋଇଥିବା ଜଣାପଡ଼ିଛି।

पुरी में पटरी से उतर गया ट्रेन का इंजन, स्टेशन से 300 मीटर दूर की घटना,  मौके पर जुटे अधिकारी - India TV Hindi
ଷ୍ଟେସନକୁ ଟ୍ରେନଟି ପଶୁଥିବା ବେଳେ ୩ ନମ୍ବର ପ୍ଲାଟଫର୍ମର କିଛି ଦୂରରେ ଘଟିଛି ଏଭଳି ଅଘଟଣ । ହଠାତ ଟ୍ରେନଟି ଲାଇନଚ୍ୟୁତ ହେବାରୁ ଯାତ୍ରୀଙ୍କ ମଧ୍ୟରେ ଭୟ ଓ ଆତଙ୍କ ଖେଳିଯାଇଥିଲା । ତେବେ ଭାଗ୍ୟବଶତଃ ଏହି ଘଟଣାରେ କୌଣସି ଯାତ୍ରୀଙ୍କ ମୃତାହତ ହୋଇନଥିବା ସୂଚନା ମିଳିଛି । ଆଜି ଟ୍ରେନଟି ତାଳଚେରରୁ ପୁରୀ ଅଭିମୁଖେ ଆସିଥିଲା । ନିର୍ଦ୍ଧାରିତ ସମୟଠାରୁ କିଛି ଘଣ୍ଟା ବିଳମ୍ବରେ ଆସି ପୁରୀରେ ପହଞ୍ଚିଥିଲା ଟ୍ରେନ ।

Odisha: Talcher-Puri MEMU train derails near Puri station, no injuries  reported
ଘଟଣା ପରେ ରେଳ ବିଭାଗ ପକ୍ଷରୁ ତତ୍ପରତା ବଢ଼ାଯାଇଛି । ଲାଇନଚ୍ୟୁତ ହୋଇଥିବା ଟ୍ରେନ୍‌କୁ ସ୍ୱାଭାବିକ ଭାବେ ଟ୍ରାକ୍‌ରେ ଆଣିବା ଏବଂ ରେଳ ଚଳାଚଳକୁ ସୁଗମ କରିବା ପାଇଁ କାମ ଆରମ୍ଭ ହୋଇଥିବା ଜଣାପଡ଼ିଛି । ତେବେ ଟ୍ରେନଟି କେଉଁ କାରଣରୁ ଲାଇନଚ୍ୟୁତ ହେଲା, ସେନେଇ ତଦନ୍ତ ପରେ ପ୍ରକୃତ କାରଣ ସ୍ପଷ୍ଟ ହେବ । ଷ୍ଟେସନ ଠାରୁ ଏତେ ନିକଟରେ ଏହି ଘଟଣା ଘଟିଥିବାରୁ ବଡ଼ ଅଘଟଣ ଅଳ୍ପକେ ଟଳିଯାଇଥିବା କୁହାଯାଉଛି ।

MEMU Train Derails Near Puri Station, No Casualties Reported | Odisha