ରାତିରେ ଶୋଇଥିବା ସମୟରେ ବିଷାକ୍ତ ସାପ କାମୁଡାରେ ଜଣେ ସାତ ବର୍ଷର ନାବାଳକ ର ମୃତ୍ୟୁ ଘଟିଛି । ମୃତ ବାଳକ ଜଣକ ହେଲେ କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ବ୍ଲକ ଅନ୍ତର୍ଗତ କମର୍ଧା ପଞ୍ଚାୟତ ଉଲିଗୁଞ୍ଜେର ଗାଁ ର ଲାଗେସ ମାଝୀ । ସୂଚନା ମୁତାବକ, ଲାଗେସଙ୍କୁ ରାତିରେ ସାପ କାମୁଡିବା ପରେ ତୁରନ୍ତ ନର୍ଲା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନିଆଯାଇଥିଲା ପରେ ଅବସ୍ଥା ସଙ୍କଟାପର୍ଣ୍ଣ ହେବାରୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଥିଲା । ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଏହି ସଂବେଦନଶୀଳ ଘଟଣାରେ ମୃତଙ୍କ ପରିବାରକୁ ଜିଲ୍ଲା ଚିକିତ୍ସାଳୟରେ ଶବ ବ୍ୟବଚ୍ଛେଦ ଠାରୁ ଆରମ୍ଭ କରି ସମସ୍ତ ପ୍ରକାର ସହଯୋଗ ଓ ସମବେଦନା ଜଣାଇଥିଲେ ଜିଲ୍ଲାର ପ୍ରମୁଖ ସମାଜ ସେବୀ ଚିତ୍ତରଞ୍ଜନ ମଣ୍ଡଳ, ଅବିନାଶ ଠାକୁର ଓ ଶ୍ରୀମତୀ ଶାନ୍ତି ମାଝୀ । ସ୍ଥାନୀୟ ବୁଦ୍ଧିଜୀବୀଙ୍କ କହିବା କଥା ଅଞ୍ଚଳରେ ହାତୀ ଉପଦ୍ରବ ପାଇଁ ବିଦ୍ୟୁତ ବିଭାଗ ପକ୍ଷ୍ୟରୁ ପ୍ରତିଦିନ ରାତିରେ ବିଦ୍ୟୁତ କାଟ୍ ହେଉଥିବାରୁ ଏଭଳି ଘଟଣା ଘଟୁଅଛି ।