ଆରଜି କର ମେଡିକାଲ କଲେଜ ଛାତ୍ରୀ ବଳାତ୍କାର ଓ ହତ୍ୟା ଘଟଣାରେ ପୂର୍ବତନ ବିଧାୟକ ଗିରଫ

ପଶ୍ଚିମବଙ୍ଗର ବହୁଚର୍ଚ୍ଚିତ ଆରଜି କର ମେଡିକାଲ କଲେଜ ଛାତ୍ରୀ ବଳାତ୍କାର ଓ ହତ୍ୟା ଘଟଣାରେ ପଶ୍ଚିମବଙ୍ଗ ପୋଲିସ  ବାଲେଶ୍ବର ଜିଲ୍ଲା ସିମୁଳିଆ ଥାନା ଅଞ୍ଚଳରୁ ତୃଣମୂଳ କଂଗ୍ରେସର ପୂର୍ବତନ ବିଧାୟକ ନିର୍ମଳ ଘୋଷଙ୍କୁ ଗିରଫ କରିଛି । ପୋଲିସ ତାଙ୍କୁ ଗିରଫ କରି କଲିକତା ନେଇଛି । ନିର୍ମଳ ୧୧ ତାରିଖ ମଙ୍ଗଳବାର ଠାରୁ ସିମୁଳିଆ ଥାନା ଅନ୍ତର୍ଗତ  ଜାମୁଝାଡ଼ି ଠାରେ ଥିବା ଓଡ଼ିଶୀ ହୋଟେଲରେ ରହୁଥିଲେ। କୌଣସି ସୂତ୍ରରୁ ଖବର ପାଇ ବୁଧବାର ମଧ୍ୟାହ୍ନ ପ୍ରାୟ ୧୨ଟା ୪୫ରେ ନିର୍ମଳଙ୍କୁ ପଶ୍ଚିମବଙ୍ଗର ସ୍ୱତନ୍ତ୍ର ଟାସ୍କଫୋର୍ସ ସିମୁଳିଆ ପୋଲିସ ସହାୟତାରେ ଗିରଫ କରିଥିଲା । ସେଠାରେ ତାଙ୍କୁ ପଚରାଉଚରା କରିବା ପରେ ସିମୁଳିଆ ସ୍ୱାସ୍ଥ୍ୟକେନ୍ଦ୍ରରେ ଡାକ୍ତରୀ ପରୀକ୍ଷା କରି ପଶ୍ଚିମବଙ୍ଗ ନେଇଯାଇଥିଲା ।

RG Kar Victim's 'Hurried Cremation': Ink, Eggs Thrown At Arrested Ex-TMC  MLA Nirmal Ghosh, Aide

ବଳାତ୍କାର ପୀଡ଼ିତାଙ୍କ ମୃତଦେହକୁ ତରବରିଆ ଭାବେ ସଂସ୍କାର କରିଦିଆଯିବା ଘଟଣାକୁ ନେଇ ନିର୍ମଳଙ୍କୁ ଗିରଫ କରାଯାଇଛି । ନିର୍ମଳଙ୍କ ବିରୋଧରେ ପ୍ରମାଣ ନଷ୍ଟ କରିବା, ଫୌଜଦାରୀ ଷଡ଼ଯନ୍ତ୍ର ଓ ଜଣେ ବ୍ୟକ୍ତିଙ୍କୁ ତାଙ୍କ ଇଚ୍ଛା ବିରୋଧରେ କାମ କରିବା ପାଇଁ ବାଧ୍ୟ କରିବା ଭଳି ଅଭିଯୋଗ ରହିଛି । ବଳାତ୍କାର ପୀଡିତାଙ୍କ ପିତା ଏ ସମ୍ପର୍କରେ ସୋମବାର ଉତ୍ତର ୨୪ ପ୍ରଗଣା ଜିଲ୍ଲାର ଖରଦା ଥାନାରେ ମାମଲା ରୁଜୁ କରିଥିଲେ । ପୀଡ଼ିତାଙ୍କ ପିତା ଅଭିଯୋଗ କରିଛନ୍ତି ଯେ ବଳାତ୍କାର ଓ ହତ୍ୟାର ଶିକାର ତାଙ୍କ ଝିଅର ମୃତଦେହକୁ ଶୀଘ୍ର ସଂସ୍କାର କରିବାକୁ ନିର୍ମଳଙ୍କ ସମେତ ତିନିଜଣ ତାଙ୍କୁ ବାଧ୍ୟ କରିଥିଲେ । ମାମଲା ରୁଜୁ ପରେ ଏହାର ତଦନ୍ତ କରିବା ଲାଗି ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ ବାରାକପୁର ପୋଲିସ କମିସନରଙ୍କୁ ନିର୍ଦେଶ ଦେଇଥିଲେ। ଏହାସହ ଆରଜି କର ମେଡିକାଲ କଲେଜ ଛାତ୍ରୀ ବଳାତ୍କାର ଓ ହତ୍ୟା ଘଟଣାର ପୁନଃ ତଦନ୍ତ ଲାଗି ମଧ୍ୟ  ନିର୍ଦେଶ ଦେଇଥିଲେ ।

Ex-TMC MLA Nirmal Ghosh arrested over his involvement in 'hurried  cremation' of RG Kar victim | Udayavani - Latest English News, Udayavani  Newspaper