ବଦଳିବନି ପ୍ରଭାସଙ୍କ ଫିଲ୍ମ “ସ୍ପିରିଟ୍” ର ରିଲିଜ୍ ଡେଟ । ମାର୍ଚ୍ଚ ୫, ୨୦୨୭ ଇଦ୍ ରେ ବକ୍ସ ଅଫିସରେ “SVC 63” ଓ “ସ୍ପିରିଟ୍” ମୁଭି ମଧ୍ୟରେ ଦେଖିବାକୁ ମିଳିବ ଟକ୍କର । ଏହି ବର୍ଷ ପ୍ରଶଂସକଙ୍କ ଇଚ୍ଛା ପୂରଣ ହୋଇନଥିଲା, ଏବଂ ସେଥିପାଇଁ ସମସ୍ତେ ବଲିଉଡର “ସୁଲତାନ”, ସଲମାନ ଖାନଙ୍କ ପରବର୍ତ୍ତୀ ଫିଲ୍ମ “SVC 63” କୁ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି। ଏହା ଭାମଶୀ ପୈଦିପାଲିଙ୍କ ଦ୍ୱାରା ନିର୍ଦ୍ଦେଶିତ ହୋଇଥିବା ବେଳେ, ଫିଲ୍ମରେ ଭାଇଜାନଙ୍କ ବିପକ୍ଷରେ ଅଭିନେତ୍ରୀ ନୟନତାରା ଅଭିନୟ କରୁଛନ୍ତି।

ଅନ୍ୟପକ୍ଷେ ସଲମାନଙ୍କ ଫିଲ୍ମକୁ ଇଦରେ ଟକ୍କର ଦେବ ପ୍ରଭାସଙ୍କ “ସ୍ପିରିଟ୍” । “ଆନିମଲ୍” ମୁଭି ନିର୍ମାତା ସନ୍ଦୀପ ରେଡ୍ଡୀ ଭାଙ୍ଗାଙ୍କ ଦ୍ୱାରା ନିର୍ଦ୍ଦେଶିତ “ସ୍ପିରିଟ୍”ରେ ତୃପ୍ତି ଡିମରିଙ୍କ ସହ ପ୍ରଭାସ ଅଭିନୟ କରିବେ। “ଆନିମଲ୍”ର ବିପୁଳ ସଫଳତା ପରେ ସନ୍ଦୀପ ରେଡ୍ଡୀ ଭାଙ୍ଗା ନିଜ ଆଗାମୀ ଫିଲ୍ମକୁ ନେଇ ଢେର ଅଧିକ ଉତ୍ସାହିତ ଅଛନ୍ତି । ପ୍ରଥମେ ଲାଗୁଥିଲା ଯେ ସେ ଇଦ୍ ରେ ତାଙ୍କ ଫିଲ୍ମ ରିଲିଜ୍ କରିବେ ନାହିଁ। କିନ୍ତୁ, ଏବେ ଏହା ସ୍ପଷ୍ଟ ହୋଇଯାଇଛି କି 2027 ଇଦ୍ ରେ ବକ୍ସ ଅଫିସ୍ ରେ ଏକ ବଡ଼ ଫାଇଟ୍ ।

ପ୍ରଭାସଙ୍କ ଫିଲ୍ମ ‘ସ୍ପିରିଟ୍’କୁ ସନ୍ଦୀପ ଭାଙ୍ଗା ରେଡ୍ଡୀ ନିର୍ଦ୍ଦେଶନା ଦେଉଛନ୍ତି ଏବଂ ତାଙ୍କର ପୂର୍ବ ଫିଲ୍ମ “ଆନିମଲ୍” ପରି, ସେ ଏହାକୁ ଟି-ସିରିଜ୍ ବ୍ୟାନରରେ ମୁକ୍ତିଲାଭ କରିବେ। ଏହି ଚଳଚ୍ଚିତ୍ରଟି ମାର୍ଚ୍ଚ ୫, ୨୦୨୭ ରେ ମୁକ୍ତିଲାଭ କରିବ ବୋଲି ସ୍ଥିର କରାଯାଇଛି ।