ୟୁପି ରାଜନୀତିରେ ହଇଚଇ , ଚମକାଇଲା ସିକ୍ରେଟ ସର୍ଭେ ରିପୋର୍ଟ ।ୟୁପି ଦଖଲ କରିବାକୁ ଯୋଗୀଙ୍କ ମାଷ୍ଟର ପ୍ଲାନ ।ତେବେ ମାସ କେଇଟା ପରେ ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ ।ତେବେ ନିର୍ବାଚନ ପୂର୍ବରୁ ୟୁପିର ରାଜନୈତିକ ଉଷ୍ମତା ବଢିଛି । ୟୁପିକୁ ଦଖଲ କରିବା ପାଇଁ ବିଭିର୍ନ ରାଜନୈତିକ ଦଳ ମାନଙ୍କ ମଧ୍ୟରେ ବଢିଛି ଛକାପଞ୍ଝା ଲଢେଇ ।ତେବେ ତୃତୀୟ ଥର ମୁଖ୍ୟମନ୍ତ୍ରୀ ପଦ ହାସଲ କରିବା ପାଇଁ ଲକ୍ଷ୍ୟ ରେ ରହିଛନ୍ତି ଯୋଗୀ ସରକାର ।କିନ୍ତୁ ଦେଖିବାକୁ ଗଲେ ୨୦୨୭ ନିର୍ବାଚନ ଯୋଗୀ ଙ୍କ ପାଇଁ ଏତେ ସହଜ ହେବନି ।ନିର୍ବାଚନ କୁ ଦୃଷ୍ଟିରେ ରଖି ଭାରତୀୟ ଜନତା ପାର୍ଟି ପକ୍ଷରୁ ଉତ୍ତରପ୍ରଦେଶ ର ୪୦୩ ଟି ବିଧାନସଭା ଆସନରେ ଏକ ଗୋପନୀୟ ଓ ବହୁସ୍ତରୀୟ ଆଭ୍ୟନ୍ତରୀଣ ସର୍ଭେ କରାଯାଇଛି ଏବଂ ବର୍ତମାନ ଏହି ସର୍ଭେ ୟୁପି ରାଜନୀତିରେ ହଟଚମଟ ସୃଷ୍ଟି କରିଛି ।ତେବେ ସର୍ଭେ ରିପୋର୍ଟ ଅନୁଯାୟୀ ଉତ୍ତରପ୍ରଦେଶ ର ପ୍ରାୟ ୧୨୫ ରୁ ୧୨୮ ଜଣ ବର୍ତମାନ ର ବିଧାୟକ ଙ୍କ ବିରୋଧ ରେ ନିଜ ନିର୍ବାଚନ ମଣ୍ଡଳୀ ଗୁଡିକରେ ମତଭେଦ ଦେଖାଦେଇଛି ।ତେବେ ସିଧା ସଳଖ କହିବାକୁ ଗଲେ ବିଜେପି ୧୨୮ ଜଣ ବିଧାୟକ ଙ୍କ ଟିକେଟ ଟିକେଟ ପରିବର୍ତନ ହୋଇପାରେ ।ଯାହା ୟୁପି ରାଜନୀତିରେ ଏକ ବଡ ପାଟଣା ର କାରଣ ସାଜିପାରେ । ତେବେ ପୁଣିଥରେ ୟୁପି ଦଖଲ କରିବାକୁ ଭାରତୀୟ ଜନତା ପାର୍ଟି ସମସ୍ତ ପ୍ରକାର ରଣକୌଶଳ ପ୍ରସ୍ତୁତ କରିଛି ।ଭୋଟର ଙ୍କ ମନ ପରଖିବା ପାଇଁ ଗ୍ରାଉଣ୍ଡ କୁ ବାହାରିଛନ୍ତି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏବଂ ଅନ୍ୟପଟେ ବିଜେପି କୁ ଟକ୍କର ଦେଇ ୟୁପି ଦଖଲ କରିବାକୁ ଅଙ୍କକଷା ଆରମ୍ଭ କରିଛନ୍ତି ସମାଜବାଦୀ ପାର୍ଟି ମୁଖ୍ୟ ଅଖିଲେଶ ଯାଦବ । କଂଗ୍ରେସ ମଧ୍ୟ ଦଳିତ ମୁସଲିମ ଭୋଟର ଙ୍କୁ ଏକଜୁଟ କରି ନିଜର ଜନାଧାର ବଢାଇବାକୁ ପ୍ରୟାସ କରୁଛି । ଏହାସହିତ ବହୁଜନ ସମାଜ ପାର୍ଟି , ଆଜାଦ ସମାଜ ପାର୍ଟି ଭଳି ନିର୍ବାଚନୀ ମୈଦାନ କୁ ଓଲ୍ହାଇବାକୁ ପ୍ରସ୍ତୁତ ହେଉଛନ୍ତି ।ତେବେ ଦେଖିବାର କଥା ଆଗାମୀ ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନରେ ବିଜେପି ହ୍ୟାଟ୍ରିକ ବିଜୟ ହାସଲ ପାଇଁ ପ୍ରସ୍ତୁତ କରିଥିବା ବ୍ଲୁପ୍ରିଣ୍ଟ ତାକୁ କେତେ ସକ୍ସେସ ଦେଉଛି
ୟୁପି ରାଜନୀତିରେ ହଇଚଇ , ଚମକାଇଲା ସିକ୍ରେଟ ସର୍ଭେ ରିପୋର୍ଟ ।ୟୁପି ଦଖଲ କରିବାକୁ ଯୋଗୀଙ୍କ ମାଷ୍ଟର ପ୍ଲାନ ।ତେବେ ମାସ କେଇଟା ପରେ ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ ।ତେବେ ନିର୍ବାଚନ ପୂର୍ବରୁ ୟୁପିର ରାଜନୈତିକ ଉଷ୍ମତା ବଢିଛି । ୟୁପିକୁ ଦଖଲ କରିବା ପାଇଁ ବିଭିର୍ନ ରାଜନୈତିକ ଦଳ ମାନଙ୍କ ମଧ୍ୟରେ ବଢିଛି ଛକାପଞ୍ଝା ଲଢେଇ ।ତେବେ ତୃତୀୟ ଥର ମୁଖ୍ୟମନ୍ତ୍ରୀ ପଦ ହାସଲ କରିବା ପାଇଁ ଲକ୍ଷ୍ୟ ରେ ରହିଛନ୍ତି ଯୋଗୀ ସରକାର ।କିନ୍ତୁ ଦେଖିବାକୁ ଗଲେ ୨୦୨୭ ନିର୍ବାଚନ ଯୋଗୀ ଙ୍କ ପାଇଁ ଏତେ ସହଜ ହେବନି ।ନିର୍ବାଚନ କୁ ଦୃଷ୍ଟିରେ ରଖି ଭାରତୀୟ ଜନତା ପାର୍ଟି ପକ୍ଷରୁ ଉତ୍ତରପ୍ରଦେଶ ର ୪୦୩ ଟି ବିଧାନସଭା ଆସନରେ ଏକ ଗୋପନୀୟ ଓ ବହୁସ୍ତରୀୟ ଆଭ୍ୟନ୍ତରୀଣ ସର୍ଭେ କରାଯାଇଛି ଏବଂ ବର୍ତମାନ ଏହି ସର୍ଭେ ୟୁପି ରାଜନୀତିରେ ହଟଚମଟ ସୃଷ୍ଟି କରିଛି ।ତେବେ ସର୍ଭେ ରିପୋର୍ଟ ଅନୁଯାୟୀ ଉତ୍ତରପ୍ରଦେଶ ର ପ୍ରାୟ ୧୨୫ ରୁ ୧୨୮ ଜଣ ବର୍ତମାନ ର ବିଧାୟକ ଙ୍କ ବିରୋଧ ରେ ନିଜ ନିର୍ବାଚନ ମଣ୍ଡଳୀ ଗୁଡିକରେ ମତଭେଦ ଦେଖାଦେଇଛି ।ତେବେ ସିଧା ସଳଖ କହିବାକୁ ଗଲେ ବିଜେପି ୧୨୮ ଜଣ ବିଧାୟକ ଙ୍କ ଟିକେଟ ଟିକେଟ ପରିବର୍ତନ ହୋଇପାରେ ।ଯାହା ୟୁପି ରାଜନୀତିରେ ଏକ ବଡ ପାଟଣା ର କାରଣ ସାଜିପାରେ । ତେବେ ପୁଣିଥରେ ୟୁପି ଦଖଲ କରିବାକୁ ଭାରତୀୟ ଜନତା ପାର୍ଟି ସମସ୍ତ ପ୍ରକାର ରଣକୌଶଳ ପ୍ରସ୍ତୁତ କରିଛି ।ଭୋଟର ଙ୍କ ମନ ପରଖିବା ପାଇଁ ଗ୍ରାଉଣ୍ଡ କୁ ବାହାରିଛନ୍ତି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏବଂ ଅନ୍ୟପଟେ ବିଜେପି କୁ ଟକ୍କର ଦେଇ ୟୁପି ଦଖଲ କରିବାକୁ ଅଙ୍କକଷା ଆରମ୍ଭ କରିଛନ୍ତି ସମାଜବାଦୀ ପାର୍ଟି ମୁଖ୍ୟ ଅଖିଲେଶ ଯାଦବ । କଂଗ୍ରେସ ମଧ୍ୟ ଦଳିତ ମୁସଲିମ ଭୋଟର ଙ୍କୁ ଏକଜୁଟ କରି ନିଜର ଜନାଧାର ବଢାଇବାକୁ ପ୍ରୟାସ କରୁଛି । ଏହାସହିତ ବହୁଜନ ସମାଜ ପାର୍ଟି , ଆଜାଦ ସମାଜ ପାର୍ଟି ଭଳି ନିର୍ବାଚନୀ ମୈଦାନ କୁ ଓଲ୍ହାଇବାକୁ ପ୍ରସ୍ତୁତ ହେଉଛନ୍ତି ।ତେବେ ଦେଖିବାର କଥା ଆଗାମୀ ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନରେ ବିଜେପି ହ୍ୟାଟ୍ରିକ ବିଜୟ ହାସଲ ପାଇଁ ପ୍ରସ୍ତୁତ କରିଥିବା ବ୍ଲୁପ୍ରିଣ୍ଟ ତାକୁ କେତେ ସକ୍ସେସ ଦେଉଛି ।