ଦୁଷ୍କର୍ମ ମାମଲା: ଆତ୍ମସମର୍ପଣ କଲେ ତରୁଣ ତେଜପାଲ

୨୦୧୩ ଦୁଷ୍କର୍ମ ମାମଲାରେ ଗୋଆ କୋର୍ଟରେ ଆତ୍ମସମର୍ପଣ କଲେ ତରୁଣ ତେଜପାଲ। କନିଷ୍ଠ ସହଯୋଗୀଙ୍କୁ ଦୁଷ୍କର୍ମ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ବମ୍ବେ ହାଇକୋର୍ଟ ତେଜପାଲଙ୍କୁ ୧୦ ବର୍ଷ ଜେଲ୍ ଦଣ୍ଡାଦେଶ ଦେଇଛି। ରାୟକୁ ଚ୍ୟାଲେଞ୍ଜ କରି ତେଜପାଲ ସୁପ୍ରିମକୋର୍ଟ ଯାଇଥିଲେ। ମାତ୍ର ସର୍ବୋଚ୍ଚ କୋର୍ଟ ୨ ସପ୍ତାହ ଭିତରେ ସରେଣ୍ଡର ପାଇଁ କହିଥିଲେ। ୨୦୧୩ ନଭେମ୍ବରର ଘଟଣା । ଜଣେ ମହିଳା ସାମ୍ବାଦିକ ତରୁଣ ତେଜପାଲଙ୍କ ବିରୋଧରେ ଅଭିଯୋଗ ଆଣିଥିଲେ।

୭ ଓ ୮ ନଭେମ୍ବର ୨୦୧୩ରେ ଗୋଆର ଏକ ହୋଟେଲର ଲିଫ୍ଟ ଭିତରେ ତେଜପାଲ ତାଙ୍କୁ ଯୌନ ଉତ୍ପୀଡ଼ନ କରିଥିବା ମହିଳା ସାମ୍ବାଦିକ ଅଭିଯୋଗ କରିଥିଲେ । ଏହି ଅଭିଯୋଗ ପରେ ୩୦ ନଭେମ୍ବର ୨୦୧୩ରେ ତେଜପାଲଙ୍କୁ ଗିରଫ କରାଯାଇଥିଲା । ମାମଲାର ଶୁଣାଣି ପରେ ବମ୍ବେ ହାଇକୋର୍ଟ ତେଜପାଲଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ । ଏହି ରାୟକୁ ଚ୍ୟାଲେଞ୍ଜ କରି ତେଜପାଲ ସୁପ୍ରିମକୋର୍ଟରେ ଆବେଦନ କରିଥିଲେ।