ଯାଜପୁର ଏମପି କାର୍ଯ୍ୟାଳୟରେ ସାମ୍ବାଦିକ ସମ୍ମିଳନୀ

ଯାଜପୁର ଜିଲ୍ଲା କୁଆଖିଆ ସ୍ଥିତ ଏମ ପି ଙ୍କ କାର୍ଯ୍ୟଲୟରେ ସାମ୍ବାଦିକ ସମ୍ମିଲନି କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନସେବାର ୨୫ ବର୍ଷ ପୂର୍ତି ଅବସରରେ ବିଜେପି ପକ୍ଷରୁ ସେପ୍ଟେମ୍ବର ୧୭ ରୁ ଅକ୍ଟୋବର ୧୭ ପର୍ଯ୍ୟନ୍ତ ‘ସେବା ସଂକଳ୍ପ ଅଭିଯାନ’ ପାଳନ କରାଯିବ।୭ ଅକ୍ଟୋବର ୨୦୦୧ରେ ଗୁଜରାଟ ମୁଖ୍ୟମନ୍ତ୍ରୀ ଭାବେ ମୋଦୀ ନିଜ କାର୍ଯ୍ୟକାଳ ଆରମ୍ଭ କରିଥିଲେ। ଏହି ଅବସରରେ ବିଜେପି ରାଷ୍ଟ୍ରୀୟ ସଭାପତି ନୀତିନ ନବୀନ ଏବଂ ରାଜ୍ୟ ସଭାପତି ମନମୋହନ ସାମଲ ଏହି ଅଭିଯାନ ଘୋଷଣା କରିଛନ୍ତି।ଏହି ଏକ ମାସରେ ୧୩ଟି ପ୍ରମୁଖ କାର୍ଯ୍ୟକ୍ରମ ହେବ –

ସେପ୍ଟେମ୍ବର ୧୭ରେ ମେଗା ରକ୍ତଦାନ ଶିବିର ଓ ସନ୍ଧ୍ୟାରେ ‘ଆଶୀର୍ବାଦର ଦୀପ’ କାର୍ଯ୍ୟକ୍ରମ,ମୋ ସ୍ୱପ୍ନର ଭାରତ’ ଚିତ୍ରାଙ୍କନ ଓ ଭାଷଣ ପ୍ରତିଯୋଗିତା,ନମୋ ସେବା ଗାଥା ପଥପ୍ରାନ୍ତ ନାଟକ, ଅଙ୍ଗନବାଡ଼ି ଉତ୍ସବ – ଅଙ୍ଗନବାଡ଼ି କର୍ମୀ ଓ ଆଶା ଦିଦିଙ୍କୁ ସମ୍ମାନ, ସେବା ଜ୍ୟୋତି ଯାତ୍ରା – ବଡ଼ନଗରରୁ ବାରାଣସୀ,ସେବା ସେତୁ ଅଭିଯାନ – ବ୍ଲକ ସ୍ତରରେ ଯୋଜନା ଶିବିର,. ବିକଶିତ ଭାରତ ୨୦୪୭ ସଂକଳ୍ପ ଓ ଜନସେବକ ମହାକୁମ୍ଭ।

 

ଓଡ଼ିଶାରେ ଏହି ଅଭିଯାନ ବୁଥ୍ ସ୍ତର ପର୍ଯ୍ୟନ୍ତ ନିଆଯିବ ଓ ଏହାକୁ ଜନ ଆନ୍ଦୋଳନରେ ପରିଣତ କରାଯିବ ବୋଲି ରାଜ୍ୟ ସଭାପତି କହିଛନ୍ତି l ଏହି କାର୍ଯ୍ୟକ୍ରମରେ ଜିଲ୍ଲା ସଭାନେତ୍ରୀ ଦେବଯାନୀ ପ୍ରଧାନ ଓ ରସୁଲପୁର ଏମ ପି ପ୍ରତିନିଧି ଫନୀନ୍ଦ୍ର ମିଶ୍ର ଉପସ୍ଥିତ ଥିଲେ ।