ଅଜୟ ଦେବଗନଙ୍କ କ୍ରାଇମ ଥ୍ରିଲର ଦୃଶ୍ୟମ୍ ୩ ବହୁ ପ୍ରତୀକ୍ଷିତ ଫିଲ୍ମ ମଧ୍ୟରୁ ଅନ୍ୟତମ । ଏହାର ଟ୍ରେଲର ଆସିଯାଇଛି । ଦୃଶ୍ୟମ ୩ ସାଲଗାଓଁକର ପରିବାରର କ୍ରାଇମ ଗାଥାରେ ଶେଷ ଅଧ୍ୟୟ ହେବ । ଯାହା ଆରମ୍ଭ ହୋଇଥିଲା ୨୦୧୫ରୁ । ଏହାର ଦୁଇଟି ପାର୍ଟ ବେଶ ହିଟ୍ ହୋଇଛି । ଏବେ ତୃତୀୟ ପାର୍ଟକୁ ନେଇ ମଧ୍ୟ ଫ୍ୟାନ୍ସଙ୍କ ଉତ୍ସାହ ବଢିବାରେ ଲାଗିଛି । ଏହା ମଧ୍ୟରେ ଦୃଶ୍ୟମ୍ ୩ର ଟ୍ରେଲର ଲଞ୍ଚ ହେଇଛି । ଏହି ଟ୍ରେଲର ମୁମ୍ବାଇରେ ନୁହେଁ ଗୋଆର ପଣଜୀରେ ରିଲିଜ କରାଯାଇଛି । ଟ୍ରେଲରେ ରୋମାଞ୍ଚ ଓ ସସ୍ପେନ୍ସ ଭରପୂର ରହିଛି । ଟ୍ରେଲର୍ ରିଲିଜ୍ କରି ମେକର୍ସ କ୍ୟାପ୍ସନରେ ଲେଖିଛନ୍ତି ଯେ, “ପ୍ରତ୍ୟେକ ଦୃଶ୍ୟ ଏକ ପ୍ରଶ୍ନ, ପ୍ରତ୍ୟେକ ରହସ୍ୟର ଏକ ଉତ୍ତର । କିଏ ହେବ କାହା ଉପରେ ଭାରୀ ।
ଫିଲ୍ମରେ ଅଜୟ ଦେବଗନ ବିଜୟ ସାଲଗାଓଁକର, ତବୁ ଆଇଜି ମୀରା ଦେଶମୁଖ ଏବଂ ଶ୍ରିୟା ସରନ୍ ନନ୍ଦିନୀଙ୍କ ଭୂମିକାରେ ନଜର ଆସିବେ । ଏହା ବ୍ୟତୀତ ରଜତ କପୁର, ଇଶିତା ଦତ୍ତ, ଜୟଦୀପ ଅହଲାୱତ ଏବଂ ପ୍ରକାଶ ରାଜ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ରହିଛନ୍ତି । “ଦୃଶ୍ୟମ୍: ଦି କନକ୍ଲୁଜନ୍” ଅକ୍ଟୋବର ୨ରେ ସିନେମା ହଲରେ ରିଲିଜ କରିବ ।